csstore

କରୁଆଁଝର ଗଜଲକ୍ଷ୍ମୀ ପୂଜା କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କରୁଆଁଝରର ନବଜୀବନ ପାଠାଗାରର ଆନୁକୁଲ୍ୟରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ପାଇଁ ସୋମବାର ଅପରାହ୍ନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ କରୁଆଁଝର ଗାଁର ଶତାଧିକ ମହିଲା ଓ ପୁରୁଷ ଅଂଶ ଗ୍ରହଣ କରି ଜଳ ପୂର୍ଣ୍ଣ କଳସ ନେଇ ପୁଜା ମଣ୍ଡପରେ ରଖିଥିଲେ । ଚଳିତ ବର୍ଷ ପୂଜା କର୍ତ୍ତାଭାବେ ସୁରେଶ ଚନ୍ଦ୍ର ଭୋଇ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ଭୋଇ ଦାୟିତ୍ଵ ନେଇଥିବା ବେଳେ ପୂଜକ ଭାବେ ବିରଞ୍ଚି ମିଶ୍ର, ଆମ୍ବରିଶ ମିଶ୍ର ପୂଜା କାର୍ଯ୍ୟ ତୁଲାଇବେ । ପୂଜା ଆରମ୍ଭ ହେବା ଦିନ ଠାରୁ ୩ଦିନ ଧରି ହେବାକୁ ଥିବା ରାମାୟଣ ପରାୟଣ ପାଇଁ ବ୍ୟାସ ଭାବେ ହରିହର ପାଢ଼ୀଙ୍କୁ ଦାୟିତ୍ଵ ଦେଇଥିବା ବେଳେ ରାମାୟଣ କର୍ତ୍ତା ଭାବେ ପ୍ରଥମ ଦିନ ପାଇଁ ରଘୁରାଜ ସିଂ ଦେଓ, ତେଜେଶ୍ୱରି ସିଂ ଦେଓ ଓ ରାଜ ପ୍ରତାପ ସିଂ ଦେଓ, ସୁପ୍ରଭା ସିଂ ଦେଓ ଏବଂ ସୁଶାନ୍ତ ସାହୁ, ଉମା ସାହୁ ରାମାୟଣ କର୍ତ୍ତା ଦାୟିତ୍ଵ ତୁଲାଇବେ । ଏହା ସହ ବିଶେଷ ଆକର୍ଷଣ ଭାବେ ରାବଣ ଦରବାର କରାଯିବ ବୋଲି ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଅନ୍ତର୍ୟ୍ୟାମୀ ଭୋଇ ଓ କମିଟି ପକ୍ଷରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.