oom

ବ୍ୟବସାୟୀ ଗୋପାଳ ଦାସ ଅଗ୍ରୱାଲଙ୍କ ଧର୍ମପତ୍ନୀଙ୍କ ବିୟୋଗ

jsmm

ଟିଟିଲାଗଡ଼, ( ଅଜିତ କୁମାର ସାହୁ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ଦାସ ଅଗ୍ରୱାଲ (ଠିକାଦାର ପଡ଼ା) ନିବାସୀଙ୍କ ଧର୍ମପତ୍ନୀ ଦେବକୀ ଅଗ୍ରୱାଲଙ୍କ ବିଳମ୍ବିତ ରାତ୍ରିରେ ହୃଦଘାତ ଯୋଗୁଁ ବିୟୋଗ ହୋଇଥିବା ସୂଚନା ମଳିଛି । ୭୦ ବର୍ଷୀୟ ଦେବକୀ ତାଙ୍କ ପଛରେ ସ୍ୱାମୀ, ପୁତ୍ର ନନ୍ଦନ ଅଗ୍ରୱାଲ, ବୋହୁ ବର୍ଷା ଅଗ୍ରୱାଲ, ନାତି ଭିୟାନ, ନାତୁଣୀ ବାନୀଙ୍କୁ ଶୋକ ସାଗରରେ ଭସାଇ ଚାଲି ଛାଡି ଯାଇଛନ୍ତି । ତାଙ୍କ ଏପରି ହଠାତ୍‌ ନିଧନ ଯୋଗୁଁ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପୁତ୍ର ନନ୍ଦନ ମୁଖାଗ୍ନି ଦେଇଥିଲେ । ଓଡିଶା ମାୟୁମର ପୂର୍ବତନ ପ୍ରନ୍ତୀୟ ସଭାପତି ରୀଙ୍କୁ ଅଗ୍ରୱାଲ, ମନୀଷ ଅଗ୍ରୱାଲ, ସି.ଏ. ଦୀପକ ଛାପଡିଆ, ସଂଜୁ ଶର୍ମା, କମଳ ଅଗ୍ରୱାଲ, ରତନ ଲାଲ ଜୈନ, ବଜରଙ୍ଗ ଲାଲ ଜୈନ, ଟିନୁ ଶର୍ମା ସହିତ ସହରର ଆଉ ଆଖପାଖ ଅଞ୍ଚଳର ବହୁ ଲୋକ ଅନ୍‌ନ୍ତିମସଂସ୍କାରରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.