om academy

ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବମଞ୍ଚ ତରଫରୁ ଗାଁ ସଫେଇ ଅଭିଯାନ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବମଞ୍ଚ ତରଫରୁ ଯୁବମଞ୍ଚର ଆବାହକ ବନମାଳୀ ନାଏକଙ୍କ ଆହ୍ଵାନ କ୍ରମେ ଯୁବମଞ୍ଚର ଶତାଧିକ ସଦସ୍ୟଙ୍କ ମିଳିତ ସହଯୋଗରେ ଗାଁର ପ୍ରତ୍ୟେକ ୱାର୍ଡକୁ ଯାଇ ପଡିଥିବା ଅଳିଆ ଆବର୍ଜନା, ଲଟା ବୁଦା ସଫା କରିବା ସହ ପ୍ରତ୍ୟେକ ପରିବାରକୁ ସ୍ଵଛ ନିର୍ମଳ ସୁସ୍ଥ ଜୀବନ ଯାପନ କରିବା ପାଇଁ ସଚେତନ କରାଯାଇଥିଲା । ଜନସାଧାରଣ ସଚେତନ ରହି ସ୍ଵଛ ଅଭିଯାନ ଆରମ୍ଭ କଲେ କୌଣସି ରୋଗ ଜୀବାଣୁ କିମ୍ବା ସଂକ୍ରମଣର ଆଶଙ୍କାକୁ ଏଡେଇ ଦିଆଯାଇପାରିବ । ସବୁବେଳେ ପ୍ରଶାସନ ଓ ରାଜନେତାଙ୍କୁ ଦୋଷ ନଦେଇ ନିଜେ ନିଜସ୍ୱ ଉଦ୍ୟମ କଲେ କରୋନା ସଂକ୍ରମଣକୁ ରୋକାଯାଇପାରିବ । ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ଯୁବମଞ୍ଚର ଲମ୍ବେଦର ନାଏକ, ପ୍ରକାଶ ବୁଡେକ, ଲୋକନାଥ ବୁଡେକ, ତରଣୀ ବାଗ, ମୁକେଶ ବୁଡେକ, ସୁଧିର ବୁଡେକ, ଅନନ୍ତ ମଲ୍ଲିକ, ବିନୋଦ ନାଏକ, ଗୋବିନ୍ଦ ମଲ୍ଲିକ, ବିଝାଲ ବୁଡେକ, ଡିଙ୍ଗର ବୁଡେକ, ଗଦା ବୁଡେକ, ଗୁଣ୍ତୁ ବୁଡେକ, ଚନ୍ଦନ ବୁଡେକ, ଥବିର ବୁଡେକ, ବୃନ୍ଦା ବୁଡେକ, ରାଜେଶ ବୁଡେକ, ନବିନ ବୁଡେକ, ଅମିତ ନାଏକ, ହାଡୁ ବୁଡେକ, ଉଦିତ ବୁଡେକ, ମନୋଜ ବୁଡେକ, ଦେବରାଜ ନାଏକ, ମହାନନ୍ଦ ବୁଡେକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କ୍ଷତ୍ରିୟ ପାଇକ ଯୁବମଞ୍ଚର ଏହି ମହତ କାର୍ଯ୍ୟକୁ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.