oom

ବସ୍ତି ଉନ୍ନୟନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

jsmm

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବସ୍ତି ଉନ୍ନୟନ ଯୋଜନାର ଶୁଭାରମ୍ଭ କରିବା ସହିତ ଆଗାମୀ ତିନି ବର୍ଷରେ ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ଘୋଷଣା କରିଛନ୍ତି । ବସ୍ତିରେ ବିଜୁଳି, ପାନୀୟ ଜଳ, ରାସ୍ତା, ସୁବିଧାର ବିକାଶ କରି ଜୀବନଧାରଣ ମାନରେ ଉନ୍ନତି ଆଣାଯିବା ସହିତ ଜୀବିକା ପାଇଁ ସୁଯୋଗ ସୃଷ୍ଟି କରାଯିବ। ମୁଖ୍ୟମନ୍ତ୍ରୀ ବାଲେଶ୍ୱରର ୪୧ଟି ବସ୍ତିର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ୬୦ ହଜାର ବସ୍ତି ଲୋକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ବସ୍ତି ବାସିନ୍ଦା ପ୍ରମାଣପତ୍ର ପାଇବେ । ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ର ଲୋକାର୍ପଣ କରିବା ସହିତ ବସ୍ତି ଉନ୍ନତୀକରଣ କାର୍ୟ୍ୟକ୍ରମର ଏସ୍‌ଓପି ଉନ୍ମୋଚିତ କରିଥିଲେ । ଏହି ଅବସରରେ ଏଚ୍‌ୟୁଡ଼ି ବିଭାଗ, ଓଡ଼ିଶା ଏବଂ ଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ ପୋଲିସି ରିସର୍ଚ୍ଚ ସଂସ୍ଥା ମଧ୍ୟରେ କାର୍ୟ୍ୟକ୍ରମରେ ଜ୍ଞାନକୌଶଳର ସହଭାଗୀତା ପାଇଁ ଏକ ବୁଝାମଣା ପତ୍ର ସ୍‌ସ୍ୱାକ୍ଷରିତ ହୋଇଥିଲା । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟର ମାଧ୍ୟମରେ ଏହି ସୂଚନା ପ୍ରାପ୍ତ ହୋଇଛି ।

jittmm
Leave A Reply

Your email address will not be published.