oom

ଟିଟିଲାଗଡ ଡି.ଏ. ଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ଥାୟୀ ଅଧ୍ୟୟନ କେନ୍ଦ୍ର ଖୋଲିଲା

jsmm

ଟିଟିଲାଗଡ, (ଅଜିତ କୁମାର ସାହୁ) : ଟିଟିଲାଗଡ ଡି.ଏ. ଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ଥାୟୀ ଅଧ୍ୟୟନ କେନ୍ଦ୍ର ଖୋଲିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଟିଟିଲାଗଡ ଡି.ଏ.ଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ କେନ୍ଦ୍ର ଖୋଲିବା ନେଇ ଗତ ଜୁଲାଇ ୨୭ ତାରିଖ ଦିନ ମାନ୍ୟବର ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଓ.ଏସ୍.ଓ.ୟୁ ଛାତ୍ରସଙ୍ଘର ସଭାପତି ଭୀଷ୍ମସେନ୍ ମହାକୁରଙ୍କ ନେତୃତ୍ୱରେ ଛାତ୍ର ନେତା ଦିନେଶ କୁମାର ନାଗ, ରଣା ପ୍ରତାପ ଛତ୍ରୀଆ, ଖୁସିରାମ ବଗର୍ତ୍ତୀ, ନୀଳମଣି ଦୀପ, ନର ରଣା, ରାଧେଶ୍ୟାମ ବାଗ ପ୍ରମୁଖଙ୍କ ଦ୍ଵାରା ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ତେବେ ମନ୍ତ୍ରୀ ଶ୍ରୀମତୀ ସାହୁ ଉକ୍ତ ଦାବୀପତ୍ରଟିକୁ ଗୁରୁତର ସହିତ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେଇଥିବାରୁ ତାଙ୍କ ପ୍ରଚେଷ୍ଟାରେ ଆଜି ଟିଟିଲାଗଡ ଡି.ଏ. ଭି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏକ ସ୍ଥାୟୀ ଅଧ୍ୟୟନ କେନ୍ଦ୍ର ସମ୍ଭବ ହୋଇପାରିଛି । ସଦା ସର୍ବଦା ଛାତ୍ରଛାତ୍ରୀ ମାନଙ୍କର ସହିତ ଥିବାରୁ ମାନ୍ୟବର ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ଅଂଚଳର ଛାତ୍ରଛାତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.