oom

ସଇଁନ୍ତଲାରେ ସାର୍ବଜନୀନ ନବରାତ୍ର ଦୁର୍ଗା ପୂଜା ଆରମ୍ଭ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କରୋନା କଟକଣାକୁ ପାଳନ କରି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମରେ ବିନା ଭକ୍ତଙ୍କ ଭିଡରେ ବିଭିନ୍ନ ସ୍ଥାନରେ ନବରାତ୍ର ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସହରରେ ଆଜି ଧରାପୃଷ୍ଟକୁ ଅବତରଣ କରିଛନ୍ତି ମା’ ଜଗତ ଜନନୀ ଦୁର୍ଗା । ସ୍ଥାନୀୟ ଜଳାଶୟ ଠାରୁ ୧୦୮ କଳସରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିବା ବେଳେ ନବରାତ୍ର ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି । ଏଥିରେ କର୍ତା ଭାବରେ କପିଲ ଅଗ୍ରୱାଲ ଓ ଧର୍ମ ପତ୍ନୀ ରଜନୀ ଅଗ୍ରୱାଲ ରହିଛନ୍ତି । ଏଥିରେ କମିଟିର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସମ୍ପାଦକ ସୁବୋଧ ମିଶ୍ର, ଝସ କେତନ ମନହୀରା, ଅଙ୍କିତ ଅଗ୍ରୱାଲ, ବୁବୁନ ପାଣିଗ୍ରାହୀ, ଚନ୍ଦ୍ର ଚନ୍ଦନ, ଦିଲୀପ ବଗର୍ତ୍ତି, ସଂଜୀବ ପାଣିଗ୍ରାହୀ, ରଥୀ ସାହୁ, ସନୋସ ସାହୁ, ପ୍ରଫୁଲ୍ଲ ସାହୁ, ରାଜା ବୈଠାରୁ ପ୍ରମୁଖ କମିଟିର ଦାୟିତ୍ୱ ତୁଲାଉ ଥିବା ବେଳେ ପୂଜକ ଭାବେ ପଣ୍ଡିତ ରାଧାକାନ୍ତ ତ୍ରିପାଠୀ, କିରଣ ମିଶ୍ର, ବିକ୍ରମ ମିଶ୍ର, ନବଘନ ଷଡଙ୍ଗୀ ପ୍ରମୁଖ ପୂଜାର୍ଚ୍ଚନା କରୁଛନ୍ତି ।

jittmm
Leave A Reply

Your email address will not be published.