oom

ଖପ୍ରାଖୋଲ ପୋଲିସକୁ ମିଳିଲା ବଡ ସଫଳତା : ବାଇକ ଚୋର ଗିରଫ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଲୁଟ, ରାହାଜାନି, କଫସିରଫ ଇତ୍ୟାଦି ଅସାମାଜିକ ତତ୍ତ୍ୱ ବଢ଼ିବାରେ ଲାଗିଥିଲା, କିନ୍ତୁ ରମାକାନ୍ତ ସାହୁ ଯେଉଁ ଦିନଠୁ ଥାନା ଭାରପ୍ରାପ୍ତ ଅଧିକାରୀ ଭାବରେ ଯୋଗ ଦେଲେ ସେହି ଦିନଠୁଁ ଖପ୍ରାଖୋଲ ଥାନା ଅଞ୍ଚଳରେ ଥିବା ଚୋର ମାଫିଆମାନଙ୍କ ମନ ଭିତରେ ପୋଲିସ ପ୍ରତି ଭୟ ସୃଷ୍ଟି ହୋଇଅଛି । ସୂଚନା ଅନୁସାରେ ଗତ ଗୁରୁବାର ଦିନ ଖପ୍ରାଖୋଲ ଥାନା ପରିସରରେ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଏବଂ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ଯେ ଗତ ୧୯/୦୮/୨୦୨୧ ସନ୍ଧ୍ୟା ସମୟରେ ବୁଢ଼ୀବାହାଲ ଗ୍ରାମର ଜୈନକ ବ୍ୟକ୍ତି ବଳଦେବ ଶଗର(୪୦) କୌଣସି କାମରେ ଧଣ୍ଡାମୁଣ୍ଡା ଗ୍ରାମକୁ ଯାଇଥିଲେ, ସେଠାରେ ସେ ମାନସ ସାହୁଙ୍କ ସହଜ ସେବା କେନ୍ଦ୍ର ସମ୍ମୁଖରେ ନିଜ ବାଇକ ନ. ଓଡି୧୭ଏନ୍‌ ୦୫୩୮କୁ ରଖି ଦୋକାନକୁ ଯାଇଥିଲେ, ଫେରିଲା ପରେ ଦେଖିବାକୁ ପାଇଲେ ତାଙ୍କର ବାଇକ ସେଠି ନ ଥିଲା, ଏ ନେଇ ସେ ଖପ୍ରାଖୋଲ ଥାନାରେ ଗୋଟିଏ ଲିଖିତ ଅଭିଯୋଗ କରିଥିଲେ । ଶ୍ରୀ ଶଗରଙ୍କ ଅଭିଯୋଗକୁ ଆଧାର କରି ଥାନାଧିକାରୀ ଏକ ଟିମ୍‌ ଗଠନ କରିଥିଲେ ଏବଂ ବାଇକ ବିଷୟରେ ଖୋଳତାଡ଼ ଆରମ୍ଭ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ରମାକାନ୍ତ ସାହୁ ଏବଂ ତାଙ୍କ ଟିମ୍‌ରେ ଥିବା କନେଷ୍ଟବଳ ସଞ୍ଜୀବ ସାହୁ ଚୋରକୁ ଧରିବାକୁ ବାହାରି ପଡ଼ିଥିଲେ, ବହୁତ ପରିଶ୍ରମ କରି ଚୋରକୁ କାବୁ କରିଥିଲେ । ଚୋରକୁ ଥାନାକୁ ଆଣି ପଚରା ଉଚୁରା କଲା ପରେ ଜଣାପଡିଲା ଜୋରଟି ରିଙ୍କୁ ମେହେର(୨୬) ତା ଘର ତୁରକେଲା ଥାନା ଲର୍କି ଗ୍ରାମରେ । ସେ ବାଇକ ନ. ଓଡି୧୭ଏନ୦୫୩୮ ଚୋରି କରିଥିବା ସ୍ୱୀକାର କରିବା ସଙ୍ଗେ ସଙ୍ଗେ ୧୨ରୁ ଅଧିକ ବାଇକ ଚୋରି କରିଥିବା କଥା ସ୍ୱୀକାର କଲା ତା ମଧ୍ୟ୍ୟରୁ ପୋଲିସ ୮ଟି ବାଇକ ଖୋଜିବାରେ ସଫଳତା ହାସଲ କରିପାରିଛି । ଆଉ ୪ଟି ବାଇକ ଖୁବ ଶୀଘ୍ର ଖୋଜି ବାହାର କରିବାକୁ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରତିଶୃତି ଦେଇଛନ୍ତି ।

jittmm
Leave A Reply

Your email address will not be published.