csstore

ମହାଳୟାରେ ସାମୂହିକ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ମହାଳୟା ଅବସରରେ ପୂଜ୍ୟପୂଜା ସେବା ସଂଗଠନ ଓ ଜଗନ୍ନାଥ କ୍ଲବର ମିଳିତ ଆନୁକୁଲ୍ୟରେ ଜଗନ୍ନାଥପଡାଠାରେ ସାମୂହିକ ଶ୍ରଦ୍ଧାଞ୍ଜଳି ଓ ଦୀପ ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଡା. ଲୋକେଶ୍ୱର ସାଏ ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌ କପିଳ ପତି ଯୋଗଦେଇ କହିଲେ ଯେ, ପିତୃ ପୁରୁଷଙ୍କୁ ତିଳ ତର୍ପଣ ଓ ଦୀପଦାନ ମାଧ୍ୟମରେ ସନ୍ତୁଷ୍ଟ କରାଯାଇ ପାରିଲେ ସ୍ୱତଃ ଇଶ୍ୱର ଓ ଗୁରୁଜନଙ୍କ ଆଶୀର୍ବାଦ ମିଳେ । ଏହି ଅବସରରେ ସମ୍ପାଦକ ମଦନ ମୋହନ ରଥ ସଭା ପରିଚାଳନା କରିବା ସହିତ ମହାଳୟା ପାଳନର ଉଦ୍ଦେଶ୍ୟ ସଂପର୍କରେ ମତ ରଖିଥିôଲେ । ଆରପାରିକୁ ଚାଲି ଯାଇଥିବା ପ୍ରାୟଃ ୫୦ ଜଣ ବ୍ୟକ୍ତିଙ୍କର ପ୍ରତିଛବିକୁ ସଜ୍ଜିତ କରି ରଖାଯାଇଥିଲା । ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଉଦ୍‌ଘାଟନ ପରେ ଆତ୍ମୀୟ ସ୍ୱଜନ ତଥା ସମସ୍ତ ଫଟୋମାନଙ୍କୁ ଉପସ୍ଥିତ ମହିଳାମାନେ ଦୀପଦାନ ସହିତ ବନ୍ଦାପନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସୁବାଷ ଚନ୍ଦ୍ର ନାଏକ, ସାରଥି ପଟେଲ, ରାଧେଶ୍ୟାମ ବଢିଆ, ରାମଚନ୍ଦ୍ର ନାଏକ, ପୃଥ୍ୱୀରାଜ ସାଏ, ମନୋରଂଜନ ରାଉତ, ସଦାନନ୍ଦ ଦେବତା, କନିଷ୍ଠ ସାଏ, ଦୁର୍ଗା ସାହୁ, ଚୁଡେନ୍ଦ୍ର କୁମାର ବେହେରା, ସୁନାଧର ବନଛୋର, ପ୍ରଦୀପ ପଶାୟତ, ଅରୁଣ ଖୁଆସ, ତପସ୍ମିନୀ ପଶାୟତ, ସୁଜାତା ପଟେଲ, ସୁଲତା ପଟେଲ ଓ ସରୋଜିନୀ ମାଝୀ । ଶେଷରେ ଲିପିଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.