ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଗତ ସେପ୍ଟେମ୍ବର ୧୯ ତାରିଖରେ ଘଡଘଡି ସହିତ ଜୋର ବର୍ଷା ହେଉଥିବା ସମୟରେ ନୃପତି ମାଝି କ୍ଷେତରୁ ଘରକୁ ଆସୁଥିବା ବେଳେ ଗାଁରୁ ଦୁଇଶହ ମିଟର ଦୂରରେ ଏକ ବ୍ରିଜ ପାଖରେ ବଜ୍ରାଘାତରେ ମୃତ୍ୟୁବରଣ କରିଥିଲେ । ବର୍ତ୍ତମାନ ତାଙ୍କ ଝିଅ ତୁଲେମଣି (୧୫) ଓ ପୁଅ ତୁଲାରାମ(୧୩) ଅନାଥ ହୋଇଯାଇଛନ୍ତି । ବର୍ତ୍ତମାନ ଏହି ଦୁଇ ଭାଇ ଭଉଣୀର ସାହା ଭରସା କେହି ନଥିବା ଜଣାପଡିଛି । ଏହି ଦୁଇ ଭାଇ ଭଉଣୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ସାଧାରଣରେ ଦାବୀ ହେଉଛି ।