oom

ଭବିଷ୍ୟତ ସୁରକ୍ଷା ପାଇଁ ଜନ୍ମଦିନ ପାଳନ ଅବସରରେ ବୃକ୍ଷ ରୋପଣ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶର ସୁରକ୍ଷା ଦିଗରେ ଅନେକ ସଚେତନ ହେଲେଣି । ପରିବେଶ ପ୍ରଦୂଷଣ ହିଁ ଆଗାମୀ ଦିନରେ ବଞ୍ଚିବା କଷ୍ଟକର ହୋଇପଡିବ । ତେଣୁ ଏହାର ସୁରକ୍ଷା ତଥା ପ୍ରଦୂଷଣ ନିୟନ୍ତ୍ରଣ ଏକାନ୍ତ ଅପରିହାର୍ଯ୍ୟ । ତେଣୁ ଅଗ୍ରଣୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ବର୍ଷ ବର୍ଷ ଧରି ସଚେତନ କରାଯାଉଛି । ବିଭିନ୍ନ ବ୍ୟକ୍ତିଙ୍କ ଶ୍ରାଦ୍ଧ ବାର୍ଷିକ, ବିବାହ ଉତ୍ସବ, ଜନ୍ମଦିନ ପାଳନ ଅବସରରେ ବୃକ୍ଷ ରୋପଣ କରି ଅଭିନବ ଉପାୟରେ ପାଳନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି । ଅନୁଷ୍ଠାନର ଏଭଳି ପରିବେଶ ସୁରକ୍ଷା ଅଭିଯାନରେ ଉତ୍ସାହିତ ହୋଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ତାରିଣୀ ପଲ୍ଲୀ ଗ୍ରାମର ନୀଳାଞ୍ଚଳ ସେଠୀଙ୍କ ଝିଅ ସମୃଦ୍ଧି ପ୍ରିୟଦର୍ଶିନୀର ପ୍ରଥମ ଜନ୍ମଦିନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସଂଗଠନ ସହ ସମ୍ପର୍କ କରିଥିଲେ । ସମୃଦ୍ଧି ପ୍ରିୟଦର୍ଶିନୀର ପ୍ରଥମ ଜନ୍ମଦିନ ପାଳନ ଅବସରରେ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୀଳାଚଳଙ୍କ ମା ଶ୍ରୀମତୀ କୁମାରୀ ସେଠୀ, ପିତା ଅବସରପ୍ରାପ୍ତ ସାମରିକ ବାହିନୀ କର୍ମଚାରୀ ଦୁର୍ଯ୍ୟୋଧନ ସେଠୀ, ଧର୍ମପତ୍ନୀ ରଶ୍ମିତା ସେଠୀଙ୍କ ସମେତ ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଡି ଦେବହରି ରେଡ଼ି, ସଭାପତି ଚୈତନ୍ୟ ରେଡ଼ି, ଗଗନ ସାହୁ, ସୁନିଲ ସେଠୀ, ଅନିଲ ସେଠୀ, କାହ୍ନା ଗୌଡ, ବି ଦେବାଶିଷ ରେଡ଼ି, ଆର୍ ମାଗୁଣି ରେଡ଼ି, ମିଥୁନ ମହାପାତ୍ର, ବି ତୋଫାନ ରେଡ଼ି, ମିଟୁ ମହାପାତ୍ର, ଦୀପକ ଗୌଡ, ବାବୁ ନାହାକ ଓ ମିଥୁନ ଗୌଡ ପ୍ରମୁଖ ଅଂଶ ଗ୍ରହଣ କରି ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ ।

jittmm
Leave A Reply

Your email address will not be published.