csstore

୧୦୮ ଆମ୍ବୁଲାନ୍ସ ସେବା ପାଇଁ ଭାଜପା ନେତାଙ୍କ ପ୍ରତିବାଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କିଛିଦିନ ହେଲା ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ରହିଥିବା ଯୋଗୁଁ ସ୍ଥାନୀୟ ଭାଜପା ନେତା ମାନେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ମେଡିକାଲରେ ପହଞ୍ଚି ପ୍ରତିବାଦ କରିଛନ୍ତି ।ଦଳୀୟ ନେତାମାନେ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ସେବା ଯୋଗାଇଦେବା ପାଇଁ ମେଡିକାଲରେ ଆୟୁଷ ଡାକ୍ତର ବନଜକାନ୍ତ କରଙ୍କ ସହ ଆଲୋଚନା କରିବା ସହ ମେଡିକାଲ ଉଚ୍ଚ କର୍ତ୍ୟୁପକ୍ଷ ଓ ଆମ୍ବୁଲାନ୍ସ ଦାୟିତ୍ୱରେ ରହିଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରି ପ୍ରତିବାଦ ଜଣାଇଛନ୍ତି । ତୁରନ୍ତ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା କରାନଗଲେ ଆଗମୀ ଦିନରେ ସ୍ଥାନୀୟ ଭାଜାପା ଦଳ ରାଜ ରାସ୍ତାକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଥିଲେ । ଏହି ପ୍ରତିନିଧି ଦଳରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ନେତା ପ୍ରଶାନ୍ତ କୁମାର କର, ପୂର୍ବତନ କାଉନସିଲର ଡି କେ ରାଓ, ଗଞ୍ଜାମ ମଣ୍ଡଳ ସଭାପତି ସୁଦାମ ଚରଣ ଜେନା, ଯୁବ ନେତା ନିରାକାର ଜେନା ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.