csstore

ଗଞ୍ଜାମ ରେଡ୍ଡୀ ମହାଜନ ସଂଘମର ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଂଚାୟତ ରାଉଳିବନ୍ଧ ଗ୍ରାମ କଲ୍ୟାଣୀ ମଣ୍ଡପ ଠାରେ ଗଞ୍ଜାମ ରେଡ୍ଡୀ ମହାଜନ ସଂଘମ ଆସ୍କା ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ସିଏଚ. ଦିଲେଶ୍ଵର ରେଡ୍ଡୀ, ଆସ୍କା ଜୋନ ସଭାପତି ଆର. ଭାଗିରଥି ରେଡ୍ଡୀ, ଜିଲ୍ଲା ସମ୍ପାଦକ ଆର. ଶ୍ରୀନିବାସ ରେଡ୍ଡୀ, ଜୋନ ସମ୍ପାଦକ କେ. ଗୁରୁମୂର୍ତି ରେଡ୍ଡୀ, ଜିଲ୍ଲା ଉପଦେଷ୍ଟା ଏସ. କ୍ରିଷ୍ଣା ରେଡ୍ଡୀ, ବିରୁଲି ତାଳୁକା କେ. ପୁରୋସ୍ତମ ରେଡ୍ଡୀ, ଛତ୍ରପୁର ଜୋନ ସଭାପତି ଡ଼ମ୍ବୁରୁ ରେଡ୍ଡୀ, ଖଲିକୋଟ ଏକର ସଭାପତି ଏନ. ସିମାଞ୍ଚଳ ରେଡ୍ଡୀ, ଖଲିକୋଟ ଦୁଇ କେ ବିଜୟ ରେଡ୍ଡୀ ଦିଗପହଣ୍ଡି ଜୋନ ସଭାପତି ଏସ. ଖିରୋଦ ରେଡ୍ଡୀ, ପୂର୍ବଖଣ୍ଡ ସଭାପତି କେ. ଲୋକନାଥ ରେଡ୍ଡୀ, ଦିଗପହଣ୍ଡି ଜୋନ ସମ୍ପାଦକ ଆଦିକନ୍ଦ ରେଡ୍ଡୀ, ଗଞ୍ଜାମ ସଭାପତି ଡି. ସତେୟା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଜିଲ୍ଲା ପରିଷଦ ସଭ୍ୟ କିଶୋର ରେଡ୍ଡୀ, କେ.ଭାରତୀ ପ୍ରଧାନ, ସମିତି ସଭ୍ୟା ଆର.ସଂକୁନ୍ତଳା ରେଡ୍ଡୀ, ସରପଞ୍ଚ ନିରଞ୍ଜନ ରେଡ୍ଡୀ, ଜି.ସନ୍ତୋଷ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ । ରେଡ୍ଡୀ କୁଳକୁ ଓବିସି ମାନ୍ୟତା ପ୍ରଦାନ, ବାଲ୍ୟ ବିବାହ ଉପରେ ରୋକ ଲଗାଇବା, ବୃଦ୍ଧ ଓ ବୃଦ୍ଧା ବାପା ଓ ମା’ଙ୍କ ସେବା ନିମନ୍ତେ ଯତ୍ନବାନ ହେବା, ଗରିବ ଶ୍ରେଣୀର ପିଲାମାନଙ୍କୁ ପଢିବା ପାଇଁ ପ୍ରୋତ୍ସାହନ ଦେବା, ଯୌତୁକ ପ୍ରଥାକୁ ବନ୍ଦ କରିବା ଆଦି ବିଷୟରେ ଆଲୋଚନା ହୋଇ ସେ ସମ୍ପର୍କରେ ସ୍ୱର୍ବ ସମ୍ମତି କ୍ରମେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେ ସମ୍ପର୍କରେ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ଲାଗି ବୈଠକରେ ମତ ପ୍ରକାଶ ପାଇଥିଲା । ଏଥିସହ କୁଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଗଞ୍ଜାମ, ବିରୁଳି, ଖଲିକୋଟ ୧, ୨, ପୂର୍ବଖଣ୍ଡ ଓ ଆଠଗଡ଼ ତାଳୁକାର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ଏହି ଅବସରରେ ପୁରୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

jayashree
Leave A Reply

Your email address will not be published.