pakka

ସଇଁନ୍ତଲା ବ୍ଳକର ବିଭିନ୍ନ ପଞ୍ଚାୟତରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଟୁକୁନି

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ଼ ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । କିଭଳି ଭାବରେ ଗରିବ ନିରୀହ ଲୋକେ ମାଗଣାରେ ଚିକିତ୍ସା ପାଇପାରିବେ ସେନେଇ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସ।ହ ଦେଖିବାକୁ ମିଳିଥିଲା । ତେବେ ଆଜି ପ୍ରଥମେ ବୁଡ଼ାବାହାଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ୧୦ ଜଣ ଲୋକଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏଥିରେ ବିଡିଓ ଦେବାଶିଷ ସାମଲ, ସିଡିପିଓ ସବିତା ଦାସ, ସରପଞ୍ଚ କପିଳ ଭୋଇ, ସମିତି ସଭ୍ୟ ବୈକୁଣ୍ଠ ଭୋଇ, କାର୍ଯ୍ୟନିର୍ବାହୀ ଅଧିକାରୀ ରୁନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ । ପରେ କନ୍ଦକେଲଗାଁ ପଞ୍ଚାୟତରେ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏଥିରେ ବିଡିଓ ଦେବାଶିଷ ସାମଲ, ସିଡ଼ିପିଓ ସବିତା ଦାସ, ସରପଞ୍ଚ ଭାରତୀ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଭିଷ୍ଣୁ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ପରେ କେରମେଲି ପଞ୍ଚାୟତକୁ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେବା ପରେ ପ୍ରଥମେ ସ୍ଥାନୀୟ ଲୋକେ ପୁଷ୍ପମାଲ୍ୟ ଓ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ମଞ୍ଚରେ ମଞ୍ଚ।ସୀନ ରହି ୧୦ ଜଣଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏଥିରେ ସ୍ଥାନୀୟ ସରପଞ୍ଚ ସ୍ୱର୍ଣ୍ଣଚମ୍ପା ସୁନା, ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ସାହୁ, ବ୍ଳକ ଅଧ୍ୟକ୍ଷା ଅହଲ୍ୟା ମଲ୍ଲିକ, ବିଡିଓ ଦେବାଶିଷ ସାମଲ, ସିଡିପିଓ ସବିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସଇଁନ୍ତଲା ବାଳିକା ବିଦ୍ୟାଳୟ ଠାରେ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ୧୦ ଜଣଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏଥିରେ ସ୍ଥାନୀୟ ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପ, ବିଡ଼ିଓ ଦେବାଶିଷ ସାମଲ, ସିଡିପିଓ ସବିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଡେଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏଥିରେ ସରପଞ୍ଚ ଜେମାମଣୀ ମଲ୍ଲିକ, ବିଡିଓ ଦେବାଶିଷ ସାମଲ, ସିଡ଼ିପିଓ ସବିତା ଦାସ ପ୍ରମୁଖ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ସେହିପରି ବିବିନା ପଞ୍ଚାୟତରେ ମଧ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ । ପରେ ଭନ୍ଦ୍ରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ମନ୍ତ୍ରୀ ଟୁକୁନି ସାହୁ, ବିଡିଓ ଦେବାଶିଷ ସାମଲ, ସ୍ଥାନୀୟ ସରପଞ୍ଚ, ସିଡ଼ିପିଓ ସବିତା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରିୟ ସାହୁ, ସମିତି ସଭ୍ୟା ରିତା ବେମାଲ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ, ଗାଁ ଗାଁରେ ବିକାଶ, ଗାଁ ଗାଁରେ ପାନୀୟ ଜଳଯୋଗାଣର ବ୍ୟବସ୍ଥା, ମିଶନ ଶକ୍ତି ଯୋଜନା ଅନେକ ମହିଳା ମାନଙ୍କୁ ସାମିଲ କରିବା ସହ ଅନେକ ଯୋଜନାରେ ସଫଳତା ହାସଲ କରିପାରୁଛନ୍ତି ମହିଳା ମାନେ । ରାଜ୍ୟ ସରକାରଙ୍କ ବିକାଶ ଏକମାତ୍ର ଲକ୍ଷ ହୋଇଥିବା ବେଳେ ଅନେକ ଯୋଜନା କରି ବିକାଶ ମାନଚିତ୍ର ବଦଳେଇବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ମତ ପ୍ରକାଶ କରିଥିଲେ । ଅନ୍ୟପଟେ ଆଗାମୀ ନିର୍ବାଚନ ପାଇଁ ବିଜେଡି ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଲୋକଙ୍କ ମୁହଁରୁ ଏବେ ବିଜେଡିର ବିଜୟ ନିଶ୍ଚିତ ବୋଲି ଶୁଣିବାକୁ ମିଳୁଛି । ଏଥିରେ ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ, ରାଜେଶ ବେହେରା, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ରୁନ୍ଦ୍ର ବେହେରା, ସୁଜିତ ଡାଙ୍ଗ ସମେତ ବିଜେଡିର ଶତାଧିକ କର୍ମୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × 1 =