centurian jitm

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ବରିଷ୍ଠ ନାଗରିକ ଦିବସ ପାଳନ

nschool
  • ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ସାମିଲ କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ସଭ୍ୟଙ୍କ ଉପସ୍ଥିତିରେ ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ସଭାପତିତ୍ୱରେ ବରିଷ୍ଠ ନାଗରିକ ଦିବସ ଜିଲ୍ଲା ସାମ୍ବାଦିକ ଭବନ ଠାରେ ପାଳନ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଭୁତି ଭୂଷଣ ମିଶ୍ର ଅବସରପ୍ରାପ୍ତ ଅଧ୍ୟକ୍ଷ, ପୋଷ୍ଟାଲ ବିଭାଗ ଏବଂ ବୃନ୍ଦାବନ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସଭ୍ୟମାନଙ୍କ ମଧ୍ୟରେ ମନୋଭାବ, ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଏବଂ ଅବସର ସମୟ ପରେ ସମୟକୁ ଉପଯୁକ୍ତ ଭାବରେ ବିନିୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ବରିଷ୍ଠ ନାଗରିକମାନଙ୍କ ପାଇଁ ପୂର୍ବତନ ଜିଲ୍ଲାପାଳଙ୍କ ପ୍ରତିଶୃତି ଅନୁସାରେ ସଂଘର ଅଫିସ ଗୃହ ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା । ସଭାପତି ଗୁରୁଶ୍ରୀ ଘାସିରାମ ମିଶ୍ର ବରିଷ୍ଠ ନାଗରିକମାନଙ୍କ ପ୍ରତି ସରକାରଙ୍କର ଉଦାସିନ ମନୋବୃତ୍ତି ଏବଂ ଅବହେଳିତ ସମ୍ବନ୍ଧରେ ଦୃଷ୍ଟି ଗୋଚର କରିବାକୁ ଦୃୃଢ ପଦକ୍ଷେପ ନିବାକୁ ପଡିବ ବୋଲି ଘୋଷଣା କରିଥିଲେ । ଅନେକ ଦୁଃଖ ପ୍ରକାଶ କରି ସଂଘର ସଂପାଦକ ବସନ୍ତ ଆଚାର୍ଯ୍ୟ ବର୍ତ୍ତମାନ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ସାମିଲ କରାଯିବାକୁ ଦୃଢ ଦାବୀ କରିଥିଲେ । କରୋନା କଟକଣାରେ ସଂଘର କାର୍ଯ୍ୟରେ ଧିମେଇ ଯାଇଥିବାରୁ ସମସ୍ତ ପ୍ରାନ୍ତରେ ସାଂଗଠାନିକ କାର୍ଯ୍ୟ ଦୃଢ କରିବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସୈ÷ନିକ ସଂଘର ସଭାପତି ପ୍ରତାପ ରଥ ଓ ପୂର୍ବତନ ବରିଷ୍ଠ ସଭ୍ୟ ବୃନ୍ଦାବନ ବରାଳ, ମହିଳା ସଭ୍ୟା ଜ୍ୟୋସ୍ନାରାଣି ନନ୍ଦ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଘାସିରାମ ବେହେରା, ସଂଘର ବରିଷ୍ଠ ସଭ୍ୟ ବୃନ୍ଦାବନ ବରାଳ, ଜ୍ୟୋତିରାଜ ନାଗ, କୃଷ୍ଣଚନ୍ଦ୍ର ନାଥ, ଭଂଜ କିଶୋର ନାଗ ନିଜ ନିଜ ମତ ପ୍ରକାଶ କରି ସଂଘକୁ ସୁଦୃଢ କରିବା ପାଇଁ ବିଭିନ୍ନ ଉପଦେଶ ଦେଇଥିଲେ । ସଂଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡା ବୈଠକକୁ ସଂଯୋଜନା କରିଥିବା ବେଳେ ସଂପାଦକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.