oom

ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିଏସ୍‌ନର ଗାନ୍ଧୀ ଜୟନ୍ତୀ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିଏସ୍‌ନର ତରଫରୁ ବରିଷ୍ଠ ନାଗରିକ ଦିବସ ଓ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପୋଲିସର ରିଜର୍ଭ ପଡିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପୋଲିସର ସର୍ଜେଣ୍ଟ ସମୀର ସ୍ୱାଇଁ, ସର୍ଜେଣ୍ଟ ପ୍ରଦୀପ କୁମାର ଓରାମ ଓ ଅନ୍ୟ କର୍ମଚାରୀ ଯୋଗ ଦେଇ ବୃକ୍ଷ ରୋପଣ କରିଥିବା ବେଳେ ଆସୋସିଏସନ୍‌ର ଶ୍ରୀନିବାସ ଦାସ, ପିତାମ୍ବର କୁଅଁର, ପିତାମ୍ବର ପଣ୍ଡା, ମଦନ ମୋହନ ନାୟକ, ଭରତ ଚନ୍ଦ୍ର ରାଉତ ପ୍ରମୁଖ ପିଜୁଳି, ପଣସ, ଆମ୍ବ ଆଦି ଫଳ ବୃକ୍ଷ ସବୁ ରୋପଣ କରିଥିଲେ । ସାଧାରଣ ସମ୍ପାଦକ ସୁମନ ଦତ୍ତ ଗଛ ଲଗାଇବାର ମହତ୍ୱ ବିଷୟରେ ଆଲୋଚନା କରିବା ସହିତ ରିଜର୍ଭ ପୋଲିସର ସହାୟତା ଓ ସଭ୍ୟ ମାନଙ୍କର ଏଭଳି ଉଦ୍ୟମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସଭ୍ୟମାନେ ତାଙ୍କ ସ୍ମୃତି ଚାରଣ ସହ ସେମାନେ ଦେଖାଇଥିବା ପଥ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିଏସନ ବିଭିନ୍ନ ସମୟରେ ରକ୍ତ ଦାନ ଶିବିର, ସ୍ବଚ୍ଛତା ଅଭିଯାନ, ବସ୍ତି ଅଂଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସ୍ଥାନୀୟ ପୋଲିସକୁ ସାହାଯ୍ୟ, କୋଭିଡ ମହାମାରୀ ସମୟରେ ଖାଦ୍ୟ ବଣ୍ଟନ ଆଦି କାର୍ଯ୍ୟକ୍ରମ ମାନ କରାଇ ଜନସାଧାରଣଙ୍କ ବେଶ ପ୍ରଶଂସା ଭାଜନ ହୋଇ ପାରିଛି ।

jittmm
Leave A Reply

Your email address will not be published.