oom

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରେ ଆଜି ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜୟନ୍ତୀ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯାଇଥିଲା । ପୂର୍ବାହ୍ନ ଘ୮.୩୦ମି ସମୟରେ ସହରର ଗାନ୍ଧୀନଗରପଡା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଉପଜିଲ୍ଲାପାଳ ଲମ୍ବୋଦର ଧାରୁଆ, ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ବଲାଙ୍ଗିର ନାଗରିକ କମିଟି, ସିଭିଲ ସୋସାଇଟି, ବରିଷ୍ଠ ନାଗରିକ ଫୋରମ୍, ପୂର୍ବତନ ସୈନିକ ସଂଘ ତଥା ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଫୋଟୋରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସର୍ବଧର୍ମ ପ୍ରାର୍ଥନା ସଭାରେ ପବିତ୍ର ଗୀତା ପାଠ କରିଥିଲେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ, ପବିତ୍ର କୋରାନ ପାଠ କରିଥିଲେ ମୌଲବୀ ମହମ୍ମଦ ମୋସାହିଦ ରାଜା, ପବିତ୍ର ବାଇବେଲ ପାଠ କରିଥିଲେ ପାଷ୍ଟର ମହେନ୍ଦ୍ର କୁମାର ବାଗ ଓ ପବିତ୍ର ଗ୍ରନ୍ଥ ସାହେବ୍ ପାଠ କରିଥିଲେ ଗ୍ରନ୍ଥି ଭୂପିନ୍ଦର ସିଂହ । ଜିଲ୍ଲା ସ୍ତରୀୟ ଏହି ଜୟନ୍ତୀ ପାଳନ ସମାରୋହରେ ଉଦବୋଧନ ଦେଇ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଜାତିର ଜନକ ଗାନ୍ଧୀଜୀଙ୍କ ଜୟନ୍ତୀ, ଶାନ୍ତିଦୂତ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଉପଲକ୍ଷେ ଅଭିନନ୍ଦନ ଜଣାଇବା ସହ ଆଜିର ପବିତ୍ର ଦିନକୁ କେବଳ ଆମ ଦେଶ ନୁହେଁ, ସାରା ବିଶ୍ଵରେ ପାଳନ କରାଯାଉଛି, ଏପରି କି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ମଧ୍ୟ ଗାନ୍ଧିଜୀଙ୍କ ଜନ୍ମ ଜୟନ୍ତୀ ପାଳନ ସହ ଗାନ୍ଧିଜୀଙ୍କ ଅହିଂସା ମାର୍ଗରେ ଦେଶକୁ ସ୍ୱାଧୀନତା, ସାରା ବିଶ୍ୱ ନେତାଙ୍କ ଦ୍ୱାରା ଅତୀତରୁ ଆଜି ପର୍ଯ୍ୟନ୍ତ ପ୍ରସଂଶିତ ହୋଇଆସିଛି ବୋଲି ମତବ୍ୟକ୍ତ କରିଥିଲେ । ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶବାଣୀ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ହେବ ବୋଲି ସେ ପ୍ରକାଶ କରିଥିଲେ । ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀମାନଙ୍କୁ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ଜ୍ଞାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସଭାରେ ଜିଲ୍ଲାପାଳ ଶ୍ରୀ ରାଣା ଉଦ୍‌ବୋଧନ ଦେଇ ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତି, ଆଦର୍ଶ, ଗାନ୍ଧୀ ଚିନ୍ତନ ଉପରେ ଆଲୋକପାତ କରିବା ସହ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.