csstore

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗାନ୍ଧୀ ଜୟନ୍ତୀ ଓ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ଶାସ୍ତ୍ରୀ ନଗର ପରିସରରେ ଗାନ୍ଧୀ ଜୟନ୍ତୀ ଓ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ କରାଯାଇଛି । ଏହି ଉତ୍ସବ କ୍ରମରେ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ପରେ ଗାନ୍ଧୀ ଭଜନ ପରିବେଷଣ କରାଯାଇଥିଲା ଏବଂ ଉପସ୍ଥିତ ଅତିଥି, ନାସନାଲ ପିସ ୟୁନିସନ, ନିର୍ଦେଶକ ସତ୍ୟ ରଞ୍ଜନ ମିଶ୍ର ଓ ଉପଦେଷ୍ଟା ସୃତି ରଞ୍ଜନ ନାୟକ ଗାନ୍ଧୀ ଦର୍ଶନ ଉପରେ ବିଶେଷ ଆଲୋଚନା କରିଥିଲେ । ଗାନ୍ଧୀ ଜୟନ୍ତୀ ଅବସର କ୍ରମେ ଉପରୋକ୍ତ ଚିକିତ୍ସାଳୟ ମଧରେ “ସ୍ୱଚ୍ଛ ଭାରତ” ଅଭିଯାନ କ୍ରମରେ ହସ୍ପିଟାଲ ସଫେଇ କାର୍ଯ୍ୟକ୍ରମ କରାଯାଇଥଲା । ଏହାକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସଭ୍ୟା ଶ୍ରୀମତୀ ଅଞ୍ଜଳି ନାଗ ପରିଚାଳନା କରିଥିଲେ କ୍ଷ ଉପରୋକ୍ତ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠାନ ତରଫରୁ ଗୌରବ ପଧାନ, ଭାଗ୍ୟବତୀ ଜୁଏଡ଼, ନାଫିସା କୁମାର, ନିରୁମୟୀ, ଯତୀନ ରାଜପୁତ, ଦିଲୀପ ନାଗ, ବିପିନ ବିହାରୀ ସେଠ, ସନ୍ତୋଷ ମେହେର ଇତ୍ୟାଦି ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.