୨୫୦ ବୋତଲ କଫ ସିରଫ ଜବତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ)ଗ୍ରାମରେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ ବଲାଙ୍ଗିର ଅବକାରୀ ମୋବାଇଲ ସ୍ୱାର୍ଡ ଚଢାଉ କରି ୨୫୦ ବୋତଲ କଫ ସିରଫ ଜବତ କରିଛି । ଏଥି ସହିତ ବେଆଇନ ଭାବେ କଫ ସିରଫ ରଖିବା ନେଇ ଗ୍ରାମର ଦିନେଶ ଅଗ୍ରଓ୍ୱାଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅନ୍ୟତ୍ରଚାଲାଣ ଉଦ୍ଦେଶ୍ୟରେ ଏହି କଫ ସିରଫ ରଖିଥିବା ଅବକାରୀ ଇନ୍ସପେକ୍ଟର ଶଶିକାନ୍ତ ଦତ୍ତ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅବକାରୀ ଇନ୍ସପେକ୍ଟର ଶଶିକାନ୍ତ ଦତ୍ତ, ପ୍ରମୋଦ ପଣ୍ଡାଙ୍କ ସମେତ ତାଙ୍କ ଟିମ ସାମିଲ ଥିଲେ ।

Leave A Reply

Your email address will not be published.