csstore

ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଟିଏଲ୍ଏମ୍ ମେଳା ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ୍ ବରଗଡ଼ରେ ଇତି ମଧ୍ୟରେ ଟିଏଲ୍ଏମ୍ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଅନୁଷ୍ଠାନର ପ୍ରଥମ ବର୍ଷ ଗୁରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ତିଆରି ହେଇଥିବା ବିଭିନ୍ନ ପ୍ରକାରର ଟିଏଲଏମ୍ ଗୁଡିକୁ ଅନୁଷ୍ଠାନର ଅଧକ୍ଷ ଅକ୍ଷୟ କୁମାର ବାରିକ୍, ଶିକ୍ଷକ ପ୍ରଶିକ୍ଷକା ସସ୍ମିତା ସାହୁ, ମନ୍ଜୁଷା ଦୋରା, ବବିତା ସାହୁ, ସୀମା ସାହୁ, ରିମା ଭୋଇ ଏବଂ ଶିକ୍ଷକ ପ୍ରଶିକ୍ଷକ ଜନକ ସେଠ୍ ନିରିଖଣ କରିଥିଲେ । ଅନୁଷ୍ଠାନର ସସ୍ମିତା ସାହୁ ଏବଂ ବବିତା ସାହୁ ମୁଖ୍ୟ ବିଚାରକ ଥିଲେ । ସୋମବାର ଦିନ ଏହାର ରିଜଲ୍ଟ ଘୋଷଣା କରାଯିବ । ଏହି ମେଳା ଶିକ୍ଷକ ପ୍ରଶିକ୍ଷକ ଜନକ ସେଠ୍ଙ୍କର ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.