ଛତ୍ରପୁରରେ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ଯୋଗଦାନ ପର୍ବ : ସମଗ୍ର ଭାରତବର୍ଷରେ ଏକମାତ୍ର ବଳିଷ୍ଠ ନେତୃତ୍ୱ ନବୀନ ଅଦ୍ୱିତୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନବୀନ ପଟ୍ଟନାୟକଙ୍କ ସୁଶାସକତା ଉପରେ ବର୍ଣ୍ଣନା କରି ନବୀନ ବାବୁଙ୍କ ନେତୃତ୍ୱ ଅନନ୍ୟ, ତାଙ୍କ ସାଙ୍ଗଠନିକ ଦାୟିତ୍ୱ, କର୍ତ୍ତବ୍ୟ ଯାହା ସମଗ୍ର ଭାରତବର୍ଷରେ ଏକମାତ୍ର ବଳିଷ୍ଠ ନେତୃତ୍ୱ, ନବୀନ ଅଦ୍ୱିତୀୟ ବୋଲି ଦୃଢୋକ୍ତି ପ୍ରକାଶ କରି କହିଥିଲେ ବିଜେଡି ଦଳର ବରିଷ୍ଠ ନେତା ତଥା ଓଡ଼ିଶା ରାଜ୍ୟ କୋଠାବାଡ଼ି ନିର୍ମାଣ ଶ୍ରମିକ ସାମ୍ମୁଖ୍ୟ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ଯୋଗଦାନ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଶହଶ୍ରାଧିକ ସଭ୍ୟ, କର୍ମୀ, ବରିଷ୍ଠ ନେତ୍ତୃବର୍ଗଙ୍କ ଯୋଗଦାନ ପର୍ବର ଏକ ଅପୂର୍ବସମାରୋହ ହୋଇଥିଲା । ପ୍ରାରମ୍ଭରେ ରାଜ୍ୟ ବିଜୁ ନିର୍ମାଣ ଶ୍ରମିକ ସଂଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ସମସ୍ତ ସୁଧିବୃନ୍ଦଙ୍କୁ ଭର୍ଚୁୱାଲ ମାଧ୍ୟମରେ ସ୍ୱାଗତ କରି ଅଭିନନ୍ଦନ ଜଣାଇ କାର୍ଯ୍ୟକ୍ରମର ଶୁଭକାମନା କରିଥିଲେ । ଏହି କାର୍ଯ୍ୟକ୍ରମର ସଭାମଞ୍ଚ ଠାରୁ ଶ୍ରୋତାମହଲରେ ସବୁ ବିଜେଡିର ରଙ୍ଗଶୋଭା ସମସ୍ତଙ୍କ ଠାରେ ବିଜେଡି ଦଳ ବର୍ଣ୍ଣର ଉତ୍ତରୀୟ ପରିଧାନ ବେଶ ଉତ୍ସାହ-ପୂର୍ଣ୍ଣଥିଲା । ବରିଷ୍ଟ ନେତା ତଥା ଓଡ଼ିଶା ରାଜ୍ୟ କୋଠାବାଡ଼ି ନିର୍ମାଣ ଶ୍ରମିକ ସାମ୍ମୁଖ୍ୟ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଏହି ବିଜୁ ଶ୍ରମିକ ସାମ୍ମୁଖ୍ୟ ପର୍ବରେ ବହୁ ବିଜେଡ଼ିର ତୁଙ୍ଗ ନେତା, କର୍ମୀ ଯୋଗଦେଇଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ପରାମର୍ଶଦାତା ଗୋପବନ୍ଧୁ ଦାସ, ରାଜ୍ୟସଭା ସଦସ୍ୟ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ମହା-ସଚିବ ସୁବାଷ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ମା’ ଦକ୍ଷିଣକାଳୀ ଟ୍ରାନ୍ସପୋର୍ଟ ମାଲିକସଂଘ ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଟି.ଚନ୍ଦ୍ରଶେଖର ରାଓ ସ୍ୱାଗତଭାଷଣ ଦେଇଥିବା ବେଳେ ସଂଘର ସାଧାରଣ ସମ୍ପାଦକ ଅଭିଭୂଷଣ ସାହୁ ପରିଚାଳନା କରିଥିବା ସାଂଗକୁ ସଭାଶେଷରେ ଧନ୍ୟବାଦ ଜଣାଇ ଅତିଥି ଓ ବିଜୁ ଶ୍ରମିକ ସାମ୍ମୁଖ୍ୟଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଥିଲେ । ଏହି ବର୍ଣ୍ଣାଢ୍ୟ ସମାବେଶରେ ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ, ଶ୍ରମିକ ନେତା ଡ଼ଃ.ରାଜେନ୍ଦ୍ର ଦାସ, ବିଜେଡିର ତୁଙ୍ଗନେତା ସୁବାସ ଚନ୍ଦ୍ର ବେହେରା, ଆଡଭୋକେଟ, ବିଜୟ ପଟ୍ଟନାୟକ, ଆଡଭୋକେଟ ବି.ଶ୍ରୀନିବାସ ରାଓ, କାର୍ଯ୍ୟକାରୀ ସଦସ୍ୟ ଅଶ୍ୱିନୀ ବିଶ୍ୱାଳ, ରାଜେନ୍ଦ୍ର ନାହାକ, ସୁରେନ୍ଦ୍ର ସେଠୀ, ବିଜୟ ନାୟକ, ବଳରାମ ରେଡ୍ଡୀ, କୋଷାଧ୍ୟକ୍ଷ ଅଙ୍ଗଦ ବିଶ୍ୱାଳ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଛାୟାକାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମର ବିଶଦ ସଂଯୋଜନା ଓ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.