ବରିଷ୍ଠ ଫୁଟବଲ ଖେଳାଳୀ ସୁନ୍ଦରମଣୀ ଦଣ୍ଡସେନାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗାଁର ବରିଷ୍ଠ ଫୁଟବଲ ଖେଳାଳୀ ତଥା ଆକାଶବାଣୀ କଣ୍ଠଶିଳ୍ପୀ, ଅବସର ପ୍ରାପ୍ତ ଶିକ୍ଷକ ସୁନ୍ଦରମଣି ଦଣ୍ଡସେନା(୬୮)ଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି । ଶ୍ରୀ ଦଣ୍ଡସେନା ସଇଁନ୍ତଲା ବ୍ଳକରେ ଶିକ୍ଷକ ଚାକିରୀ ଆରମ୍ଭ କରି ସିଆରସିସି ଭାବରେ ଅବସର ଗ୍ରହଣ କରିଥିଲେ । ସେ ଶିକ୍ଷକ ନେତା ସହ ବଲାଙ୍ଗିର ଜିଲ୍ଲାରେ ଜଣେ ଜଣାଶୁଣା ଫୁଟବଲ ଖେଳାଳୀ ଭାବେ ପରିଚିତ ଥିଲେ । ତାଙ୍କ ଉଦ୍ୟମରେ ଜରାସିଂହା ଗାଁରେ ଅନେକ ବଡ ବଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିଲା । ତାଙ୍କ ପରଲୋକ ଖବର ଜଣାପଡିବା ପରେ ଅଞ୍ଚଳର ଫୁଟବଲ ଜଗତରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କର ତିନି ଜଣ ପୁଅ ଓ ଦୁଇଝିଅ । ନିକଟସ୍ଥ ସୋନଗଡ଼ ନଦୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ ପୁଅ ମନୋଜ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ଯୋଗୁଁ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.