centurian jitm

ଆଦିବାସୀ ମହିଳାଙ୍କ ଘରକୁ ପଶି ମରଣାନ୍ତକ ଆକ୍ରମଣ ଘଟଣା : ଆରକ୍ଷୀ ଅଧୀକ୍ଷକଙ୍କ ଠାରେ ଅଭିଯୁକ୍ତମାନଙ୍କ ଗିରଫ ଦାବୀ ଜଣାଇଲେ ପୀଡ଼ିତା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀ ମହିଳାଙ୍କ ଘରକୁ ପଶି ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗରିଫ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କଠାରେ ପୀଡ଼ିତା ଦାବୀ ଜଣାଇଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ଦ୍ୱାରା ଏସ୍‌ପି.ଙ୍କୁ ଦିଆଯାଇଥିବା ନିବେଦନ ପତ୍ର ଅନୁସାରେ ସଦର ଥାନା ଅଧୀନସ୍ଥ ହର୍ଟାଟାଲ ଗ୍ରାମର ଆଦିବାସୀ ମହିଳା ଶ୍ରୀମତୀ ଅମ୍ବିକା ମଲିକଙ୍କ ଘରକୁ ଉକ୍ତ ଗ୍ରାମର ତରଣୀ ଘିଭେଲା, ଚିତ୍ରସେନ ଘିଭେଲା, ବୁଠି ଘିଭେଲା, ସେବତୀ ଘିଭେଲା, ସୁରୁବାଲି ବେହେରା, ପୀର ଘିଭେଲା, ବିଲାସିନୀ ଘିଭେଲା, ସୁଶିଳା ସେଲମା ଜବର୍‌ଦସ୍ତ ପଶି ଯାଇ ତାଙ୍କୁ ନିର୍ମମ ଭାବରେ ଲାତ, ବିଧା କରିବା ସହ ବାଡ଼ିରେ ପିଟିଥିଲେ । ଘରର ଆସବାବପତ୍ର ଭଂଗାରୁଜା ମଧ୍ୟ କରିଥିଲେ । ଅସଭ୍ୟ ଭାଷାରେ ମଧ୍ୟ ଗାଳିଗୁଲଜ କରିଥିଲେ । ଏପିରିକି ତାଙ୍କ ନାବାଳିକା ଝିଅ ଯଶୋବନ୍ତୀ ଏବଂ ଯମୁନାଠାରୁ ମୋବାଇଲ୍‌ ଉଡ଼ାଇ ଦେଇଥିଲେ । ଝିଅ ଯଶୋବନ୍ତୀଙ୍କୁ ବି ମାଡ଼ ମାରିଥିବା ଓ ସୁନା ଚେନ୍‌ ଛଡ଼ାଇ ନେଇଥିବା ଲେଖିଛନ୍ତି ଅଭିଯୋଗ ପତ୍ରରେ ପୀଡ଼ିତା ଜଣକ ।

ଜାତିଗତ ଆକ୍ଷେପ କରିବା ସହ ନାନା ପ୍ରକାର ଧମକ ଚମକ ଦେଇଥିଲେ । ତେବେ ଏହି ଘଟଣା ସଂପର୍କରେ ପୀଡ଼ିତା ଅମ୍ବିକା ଗତ ୨୫ ତାରିଖ ଦିନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ବିଷୟ ଏସ୍‌ପି.ଙ୍କୁ ଜଣାଇଛନ୍ତି ଅମ୍ବିକା । ତେବେ ସଂପୃକ୍ତ ଅପରାଧରେ ସାମିଲ୍‌ ଥିବା ଦୋଷୀମାନଙ୍କୁ ଗିରଫ୍‌ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ପଦକ୍ଷେପ ନିଆଯାଉ ବୋଲି ସେ ଦାବୀ କରିଛନ୍ତି । ଏସ୍‌ପି.ଙ୍କୁ ଦିଆଯାଇଥିବା ଅନୁରୋଧ ପତ୍ରର ଏକକିତା ନକଲ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହିଳା କମିଶନ ତଥା ଜାତୀୟ ଆଦିବାସୀ ଆୟୁକ୍ତଙ୍କୁ ମଧ୍ୟ ଦିଆଯାଇଥିବା ଦର୍ଶାଯାଇଛି । ଏସ୍‌ପି.ଙ୍କୁ ଭେଟିବାକୁ ଯାଇଥିବା ସମୟରେ ତାଙ୍କ ସହ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ଉପସଭାପତି ଶ୍ରୀମତୀ ବନଲତା ମାଝୀ, ବ୍ଲକ ଉପସଭାପତି ଅଚ୍ୟୁତ ଧରୁଆ, ମହାଦେବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.