oom

ଅତାବିରା ଏବିଭିପି ନଗର ପ୍ରଭାରୀ ମନୋନୟନ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଏନ୍ଏସି ଏବିଭିପି ନଗର ଶାଖା ତରଫରୁ ନଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଅଚ୍ୟୁତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ସହସମ୍ପାଦିକା ଯାଜ୍ଞସେନି ମହାପାତ୍ର, ସମ୍ମାନିତ ଅତିଥି ଭାବେ ବରଗଡ଼ ନଗର ଛାତ୍ରୀ ପ୍ରମୁଖ ଅନୁପମା ସେଠ ଓ ଅତାବିରା ନଗର ଉପସଭାପତି ବିଜୟ ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବେ ଏବିଭିପି ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଉପସ୍ଥିତ ରହି ନୂତନ କାର୍ଯ୍ୟକାରିଣୀ ସଦସ୍ୟ ଚୟନ କରିଥିଲେ । ରାମକୃଷ୍ଣ ସାହୁଙ୍କୁ ନଗର ସଭାପତି ଭାବେ ଦାୟିତ୍ଵ ଦେବା ସହ ବିଜୟ ପ୍ରଧାନଙ୍କୁ ନଗର ଉପସଭାପତିର ଦାୟିତ୍ଵ ପ୍ରଦାନ କରାଯାଇଥିଲା । ସେହିପରି ନୂତନ ଭାବେ ନଗର ସମ୍ପାଦକ କାର୍ତ୍ତୀକ ବେହେରା, ନଗର ସହସମ୍ପାଦକ ହୃଷୀକେଶ ରଥ, ନଗର ଗଣମାଧ୍ୟମ ସଂଯୋଜକ ପ୍ରୀୟଦତ୍ତ ସ୍ୱାଇଁ, ଏସଏଫ୍‌ଡି ପ୍ରମୁଖ ଆଶୁତୋଷ ବିଶ୍ଵାଲ, ଏସଏଫ୍‌ଏସ ପ୍ରମୁଖ ସୁଶାନ୍ତ ବାଗ, ପବ୍ଲିକ ରିଲେସନ୍ ସଂଯୋଜକ ଅଶୋକ ଭୋଇ, ଜନଜାତି ପ୍ରମୁଖ ସଞ୍ଜୟ ବିଶ୍ଵାଲ, ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ଶାଲିନୀ ସ୍ୱାଇଁ, ଷ୍ଟଡି ସାର୍କିଲ ପ୍ରମୁଖ ରୋଷନ ପଧାନ ଓ ଛାତ୍ର ସନ୍ଦେଶ ପ୍ରମୁଖ ଭାବେ ଅମର ସାହାନୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.