oom

ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟିର ସମର୍ଥନ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବୀରେ ହୋଇଥିବା ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟି ସମର୍ଥନ କରି ସ୍ଥାନୀୟ ଥାନା ଛକ ଠାରେ ବିରୋଧ ପ୍ରଦର୍ଶନ କରିଥିଲା । ଏହାପରେ ଏକ ବାଇକ ରାଲିରେ ବାହାରି ଅଗ୍ରସେନ ଛକ, ଭଟଲି ରୋଡ଼ ଭଟଲି ଛକ, ବାନ୍ଦୁ ଟିକ୍ରା ଛକରେ ପଥ ପ୍ରାନ୍ତ ସଭା ମାଧ୍ୟମରେ ମୋଦୀ ସରକାରର ଜନ ବିରୋଧୀ କାର୍ଯ୍ୟକୁ ଉଜାଗର କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ଜିଲ୍ଲା କମିଟି ସଦସ୍ୟ ଅସିତ ସାହୁ, ଆଇନଜୀବୀ ରମେଶ ପତି, ସ୍ୱରୂପ ଭୋଇ, ସୁଦାମ ସାହୁ, ଆପ୍ ମହିଳା ସଂଗଠନର ନେତ୍ରୀ ମରିୟମ ବାର୍ଳା, ସବିତା ମଲ୍ଲିକ, ଆପ୍ ୟୁଥର ଗୌରୀଶଙ୍କର ଆଚାର୍ଯ୍ୟ, ଲଖନ ଚୌଧୁରୀ, ଦିଲ୍ଲୀପ ମୁଣ୍ଡା ଓ ଅନ୍ୟମାନେ ସାମିଲ ଥିଲେ ।

jittmm
Leave A Reply

Your email address will not be published.