oom

ଅଖିଳ ଭାରତୀୟ ଗୋଣ୍ଡୋୱ।ନା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଗ୍ରାମର ବଜାର ପ୍ରାଙ୍ଗଣ ଠାରେ ଅଖିଳ ଗୋଣ୍ଡୋୱ।ନା ସମାଜ ପକ୍ଷରୁ ଉପଖଣ୍ଡ ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ ମୁଖ୍ୟ ଅତିଥି, ଉପସଭାପତି ବିନୋଦ ମଲିକ, ପର୍ଲି ଆୟୋଜନ ସମିତି ସଭାପତି ଚିନ୍ତାମଣି ଭୁଏ, ବ୍ଳକ ଆୟୋଜନ ସମିତି ସଭାପତି ଭୁବନେଶ୍ଵର କୁଅଁର, ଉପସଭାପତି ଦୂର୍ଯ୍ୟୋଧନ ଭୁଏ, ହରେକୃଷ୍ଣ ଧରୁଆ, ଶିଶିର ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସମାଜ ଇଷ୍ଟ ଦେବାଦେବୀ ବୁଢାଦେଓଙ୍କୁ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବିକାଶର ବିଭିନ୍ନ ଦିଗ ଉପରେ ବିଶଦ ଭାବରେ ମତବ୍ୟକ୍ତ କରିଥିବା ବେଳେ ନୂଆଁଖାଇ ଏକ ଭାଇଚାର ଏବଂ ସାମାଜିକ ବନ୍ଧନକୁ ସୁଦୃଢ ବହନ କରିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ କହିଥିଲେ । ଆମେ ଆଦିମ ଆଦିବାସୀ, ପ୍ରକୃତିର ସନ୍ତାନ ତେଣୁ ଆମେ ସାଂସ୍କୃତିକ ପରମ୍ପରା ରୀତିନୀତିକୁ ବଜାୟ ରଖିବା ସହ ସମାଜରୁ କୁସଂସ୍କାର ଦୂର କରିବା ପାଇଁ ଆହ୍ୱାନ କରିଥିଲେ ବିଶିଷ୍ଟ ସମ୍ମାନିତ ଅତିଥି ପୂର୍ବତନ ଜିଲ୍ଲାପରିଷଦ ଶ୍ରୀ କୁଅଁର । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଧାବୀ ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଲଲିତ ମଲ୍ଲିକ ଓ ଚନ୍ଦ୍ର ଶେଖର ବରିହାଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଖଣ୍ଡର ପାଟଣାଗଡ, ଖପ୍ରାଖୋଲ, ବେଲପଡା ଆଦି ବ୍ଳକରୁ ଶତାଧିକର ଅଧିକ ମହିଳା ପୁରୁଷ ଯୋଗ ଦେଇଥିଲେ । ଲେକୃଧରୁଆ ମଞ୍ଚ ପରିଚଳନା କରିଥିବା ବେଳେ ଟିକେଶ୍ଵର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.