csstore

ଗୀତରେ ଗୀତରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଦାସଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ଗୀତରେ ଗୀତରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଦାସଙ୍କୁ ଜେବିଆର ପ୍ରୋଡକ୍ସନ ଟିମ୍ ମେମ୍ବର ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଟିମ୍ ମେମ୍ବର ସଦସ୍ୟ ବିଶ୍ଵନାଥ ବିଷୋୟୀ କହିଛନ୍ତି ବରିଷ୍ଠ ସାମ୍ୱାଦିକ ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ବିଷୟରେ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ ।ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି ଓଡିଶା ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ବେଶ ଜଣାଶୁଣା ଚେହେରା ବାତ୍ୟା ହେଉ କି ବନ୍ୟା ସବୁବେଳେ ବିପଦ ଶଙ୍କୁଳ ସ୍ଥାନରେ ରହି ଲୋକଙ୍କ ପାଖରେ ଆଗୁଆ ଖବର ପହଞ୍ଚାଇବାକୁ ସେ ଥିଲେ ତତ୍ପର କିଏ କହେ ଜଣେ ଦରଦୀ ମଣିଷ । ଆଉ କିଏ କହେ ବନ୍ୟା, ବାତ୍ୟାର ଲାଇଭ୍ ରିପୋର୍ଟର । ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟିଗଲେ ଅରିନ୍ଦମ ଦାସ୍ ।

jayashree
Leave A Reply

Your email address will not be published.