ସାମ୍ବାଦିକ ଅରିନ୍ଦମ ଦାସ ଓ ଅଗ୍ନିଶମ ଜବାନ ସିତାରାମ ମୁର୍ମୁଙ୍କ ବିୟୋଗରେ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଅଶୃଳ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଘରେ ଘରେ ପରିଚିତ ଓଟିଭିର ଚିଫ୍ ରିପୋର୍ଟର ଯୁବ ସାହାସିକ ସାମ୍ବାଦିକ ଅରିନ୍ଦମ ଦାସ ଓ ଅଗ୍ନିଶମ ଜବାନ ସିତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ପାଟଣାଗଡ଼ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ସଭା ଗୃହ ଠାରେ ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କରୁଣାକର ବୁଡେକଙ୍କ ଆବାହାକତ୍ୱରେ ଅନୁଷ୍ଠିତ ଶୋକସଭାର ପ୍ରାରମ୍ଭରେ ସ୍ଵର୍ଗତ ଦାସ ଓ ମୁର୍ମୁଙ୍କ ଫୋଟୋ ଚିତ୍ର ଉପରେ ସଂଘର ଉପସଭାପତି ଗୋରେଖନାଥ ବରିହା ସଂପାଦକ ବିମଳ କୁମାର ବାଗ, ଉପଦେଷ୍ଟା ସାମ୍ବାଦିକ ଦିଲିପ ଭୋଇ, ସାମ୍ବାଦିକ ଜଗଦୀଶ ଭୋଇ, ସଦସ୍ୟ ଲଲିତ ମଲିକ, ଲାବଣ୍ୟ ପୁରୋହିତ, ପ୍ରତ୍ରଷ ରଞ୍ଜନ ଖମାରୀ, ଘନ ଭୋଇ, ଚନ୍ଦ୍ରଶେଖର ବରିହା, ଦୂର୍ଯ୍ୟୋଧନ ବର୍ଗେ, ଗୌରୀଶଙ୍କର ବରିହା, ନଟବର ମହାନନ୍ଦ, ଶେଷଦେବ ସିଂ ନାୟକ ପ୍ରମୁଖଙ୍କ ସହ ଆଦିବାସୀ କଲ୍ୟାଣ ସଂଘ ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ, ଯୁବ ସଂଗଠକ ମନୋବୋଧ ବରିହା ଉପସ୍ଥିତ ରହି ସ୍ୱର୍ଗତ ଦାସ ଓ ମୁର୍ମୁଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅପର୍ଣ କରିବା ସହ ତାଙ୍କ ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ଜଗତର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ମତବ୍ୟକ୍ତ କରିଥିଲେ । ସଂଘର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.