ଯମୁନା କନ୍ଧୁଣୀ ବାଳିକା ସ୍କୁଲରେ ସାଇନିଙ୍ଗ ଷ୍ଟାର୍ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ସ୍କୁଲ ସାଇନିଙ୍ଗ ଷ୍ଟାର୍” ସଭା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ପ୍ରକୃତିବନ୍ଧୁ ସାମ୍ବାଦିକ ଧିରେନ୍ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ପରିଚାଳନା କରିଥିଲେ । ସର୍ବ ପ୍ରଥମେ ମୋ ସ୍କୁଲ ଅଭିଯାନରେ ସ୍ବର୍ଗତ ଡା. ଉଷା ଅଗ୍ରୱାଲଙ୍କ ସ୍ମୃତିରେ ଡୋନେଟ କରିଥିବା ଥଣ୍ଡା ପାନୀୟ ଜଳକୁ ମୁଖ୍ୟଅତିଥି ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନ୍‌ବୋଧ ଉଦଘାଟନ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ୍ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଡ଼ା ସୁରେଶ ଅଗ୍ରୱାଲ, ଗୋବର୍ଦ୍ଧନ ଅଗ୍ରୱାଲଙ୍କ ସମେତ ଶିକ୍ଷକ ସେବକ ସେଠ, ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ, ନମିତା ସାହୁ, ରଞ୍ଜିତା ସାହା, ଅନିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଙ୍କ ଦ୍ଵାରା ଥଣ୍ଡା ପାନୀୟ ଜଳ, ଅଫିସ କାର୍ଯ୍ୟାଳୟ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କମନ୍ ରୁମର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଦଶମ ପରୀକ୍ଷାରେ ଟପ୍ପର ଭାବେ ଉତ୍ତୀର୍ଣ୍ଣ ବିଦ୍ୟାଳୟର ୧୧ ଜଣ ଛାତ୍ରୀ ପ୍ରିତିରାନି ସାହୁ, ତ୍ରିବେଣୀ ସୋନି, ମୋନାଲିସା ନାୟକ, ଲିଲିମା ସାହୁ, ବୀଣାପାଣି ସାହୁ, ଶିବାନୀ ସୋନି, ତେଯୋଷିନି ଦାସ, ଦିଲେଶ୍ୱରି ସାହୁ, ଅଙ୍କିତା ଦାସ, ପ୍ରତୀକ୍ଷା ପାଢ଼ୀ, ରାକ୍ଷୀ ସେଠ୍ ସମେତ ତାଙ୍କ ପିତା ମାତାଙ୍କୁ ବିଦ୍ୟାଳୟ ତରଫରୁ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯିବା ସହ ବିଇଓ ଶ୍ରୀ ବାରିକ ଛାତ୍ରୀମାନଙ୍କୁ ଓ ତାଙ୍କ ପିତାମାତାଙ୍କୁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଅନୀମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.