oom

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କାର୍ଯ୍ୟକ୍ରମ ହୋଇଥିବା ସ୍ଥାନରେ ହୋମ ଯଜ୍ଞ ଏବଂ ଗଙ୍ଗାଜଳ ସିଞ୍ଚନ କରି ପରିମାର୍ଜନ ସହ ଶୁଦ୍ଧି କଲା କୋଶଳ ଯୁବ ସମନ୍ୱୟ ସମିତି

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଗସ୍ତ କରି ସ୍ଥାନୀୟ ରମାଇ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ହେଲଥ୍ କାର୍ଡ ବଂଟନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ବିରୋଧ କରାଯାଇଛି ଏବଂ ଅଭିନବ ପ୍ରତିବାଦ କରାଯାଇଛି । ରମାଇ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଯୁବ ସମନ୍ୱୟ ସମିତି ତରଫରୁ ହୋମ ଯଜ୍ଞ କରାଯାଇ ଗୋବର ଏବଂ ଗଙ୍ଗାଜଳ ସିଂଚନ କରି ସେହି ସ୍ଥାନକୁ ଶୁଦ୍ଧି ବା ପରିମାର୍ଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ରଖି ସବୁବେଳେ ଅବହେଳା କରୁଥିବାରୁ ଏଭଳି ଅଭିନବ ପ୍ରତିବାଦ କରାଯାଇଛି ବୋଲି ଯୁବ ସମନ୍ୱୟ ସମିତିର ସଦସ୍ୟ ମାନେ ମତ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ କୋଶଳ ଯୁବ ସମନ୍ୱୟ ସମିତିର ଜିଲ୍ଲା ସଭାପତି ବନମାଳୀ ନାଏକ, ରାଜ୍ୟ ସଂପାଦକ ସିପୁନ ଖମାରୀ, ରାଜ୍ୟ ସଂଗଠନ ସଂପାଦକ ଗିରିରାଜ ଭୋଇ, ରାଜିବ ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଧର୍ମରାଜ ବରିହା, ବୈଦ୍ୟରାଜ ବରିହା, ତପନ ବରିହା, ସୁଶିଲ ବରିହା, ରାଧେ ବରିହା, ବବଲୁ ବୁଡେକ, କୁନା ବିଶ୍ୱାଲ, ରଂଜିତ ସାହୁ, ରଂଜନ ସାହୁ, ରୁଦ୍ର ମେହେର, ଜଗଜିବନ ଭୋଇ, ନିରୁପମା ଧରୁଆ, ପଂଚାନନ ଷାଣ୍ଢ, ରୁଦ୍ର ଷାଣ୍ଢ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.