ସରକାରୀ ଯୋଜନା କାହା ପାଇଁ ?

ସିନାପାଲି, (ନିରାକାର ମେହେର) : ରାଜ୍ୟ ସରକାର ଅସହାୟ ଲୋକଙ୍କୁ କେତେ ପ୍ରକାର ଯୋଜନାରେ ସାମିଲ କରିଛନ୍ତି । ଯେମିତି କି ଯାହାର ସ୍ୱାମୀ ମୃତ୍ୟୁ ବରଣ କଲେ ତାଙ୍କ ସ୍ତ୍ରୀଙ୍କୁ ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏହି ପରି ଯୋଜନା ଗଢିଥିଲେ ମଧ୍ୟ ଏହି ଯୋଜନାରୁ ବାଦ ପଡିଯାଉଛନ୍ତି ନିରୀହ ଲୋକେ । ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନିଲଜି ଗ୍ରାମରେ । ସୂଚନା ଅନୁସାରେ ଏହି ଗ୍ରାମରେ ବାସ କରନ୍ତି ୩ ବିଧବା ମହିଳା ଜୟମଣୀ ଜଗତ, ମଥୁରା କଟା ଓ ଜିପେନ୍ଦ୍ରି କଟା । ଆଜକୁ ପ୍ରାୟ ବର୍ଷେ ହୋଇଗଲାଣି ଏମାନେ ନିଜ ସ୍ୱାମୀ ମାନଙ୍କୁ ହରାଇଛନ୍ତି, ହେଲେ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ ବିଧବା ଭତ୍ତା । ଏହି ମହିଳା ମାନେ ପଂଚାୟତକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି, ହେଲେ ତାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟି ଯାଇଛି । କେବେ ଏମାନଙ୍କୁ ବିଧବା ଭତ୍ତା ଓ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ସାମିଲ କରାଯିବ ତାହା ଏବେ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.