ନିଷ୍ଟ ପକ୍ଷରୁ ରୌପ୍ୟ ଜୟନ୍ତୀ ବର୍ଣ୍ଣାଢ୍ୟ ସମାରୋହରେ ସମାହିତ

  • ଭର୍‌ଚୁଏଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନୁଷ୍ଠାନିକ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଗୋଳନ୍ଥରା ପାଲୁର ହିଲ୍‌ ସ୍ଥିତ ନେସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ କଲେଜର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ଉତ୍ସବ “ନିଷ୍ଟ” କଲେଜରେ ପାଳିତ ହୋଇଯାଇଛି । ୧୯୯୬ରେ ଓଡିଶାର ପ୍ରଥମ ଏନ୍‌ଆରଆଇ ଉଦ୍ୟମ ଭାବରେ ନିଷ୍ଟ କରାଯାଇଥିଲା । ସିଲଭର ଜୟନ୍ତୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍‌ଚୁଏଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ସେହିପରି ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି ୨୫ ତମ ବାର୍ଷିକ ଉତ୍ସବରେ ଯୋଗଦେଇ ବିଦ୍ୟାର୍ଥୀ ମାନେ ଆନ୍ତର୍ଜାତୀୟ କ୍ଷେତ୍ରରେ ଶିକ୍ଷାର ମହତ୍ତ୍ୱ ପ୍ରତିବାଦନ କରନ୍ତୁ ଏବଂ ଅନୁଷ୍ଠାନର ନାମକୁ ଉଜ୍ୱଳ କରନ୍ତୁ ବୋଲି କହିଥିଲେ । ସେହିପରି ଆଇଆଇଏସ୍‌ଇଆର ପ୍ରଫେସର କେ.ଭି.ଆର ଚେରୀ ବ୍ରହ୍ମପୁର ଉଚ୍ଚ ଶିକ୍ଷାର ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ନିଷ୍ଟ ଅଧ୍ୟକ୍ଷ ରଂଜନ କୁମାର ସ୍ବାଇଁ, ପିଇଏମସି ତଥା କାର୍ଯ୍ୟକାରିଣୀ ବୋର୍ଡ କାଉନସିଲ ବିମଲ ମିଶ୍ର ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଭାଷଣ ପ୍ରଦାନ କରିଥିଲେ । ପରେ ନିଷ୍ଟ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନୁଷ୍ଠାନର ବିକାଶ ପଛରେ ସ୍ଥାପତ୍ୟ ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ସୁକାନ୍ତ ମହାପାତ୍ରଙ୍କ ପ୍ରମୁଖ ଅବଦାନ ରହିଛି ବୋଲି ବ୍ରହ୍ମପୁର ସଂସଦ ଚନ୍ଦ୍ର ଶେଖର ସାହୁ କହିଥିଲେ । କେନ୍ଦ୍ରର ଷ୍ଟାର୍ଟଅପ୍ ଯୋଜନାଗୁଡିକ ପ୍ରକୃତରେ ପ୍ରଶଂସନୀୟ ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଥିଲେ ।

Leave A Reply

Your email address will not be published.