oom

ଗତ ୨୪ ଘଂଟାରେ ୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୮୨୯ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୨୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୬, ବାଲେଶ୍ୱରରୁ ୨୩, ବରଗଡ଼ରୁ ୨, ଭଦ୍ରକରୁ ୧୨, କଟକରୁ ୪୮, ଦେବଗଡରୁ ୪, ଢେଙ୍କାନାଳରୁ ୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୩୧, ଯାଜପୁରରୁ ୧୭, ଝାରସୁଗୁଡାରୁ ୪, କଳାହାଣ୍ଡିରୁ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧୦, କେଉଁଝରରୁ ୨, କୋରାପୁଟରୁ ୩, ଖୋର୍ଦ୍ଧାରୁ ୨୫୪, ମାଲକାନଗିରିରୁ ୨, ମୟୁରଭଂଜରୁ ୧୩, ନୟାଗଡରୁ ୫, ପୁରୀରୁ ୧୨, ରାୟଗଡାରୁ ୨, ସମ୍ବଲପୁରରୁ ୧୨, ସୋନପୁରରୁ ୫, ସୁନ୍ଦରଗଡରୁ ୫ ଓ ଷ୍ଟେଟ ପୁଲ୍‌ରୁ ୬୦ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.