ସଡକ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ଠାକୁରଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଗଞ୍ଜାମ ସହରର ୪ ନମ୍ବର ୱାର୍ଡର ପ୍ରତାପ ମହାରଣାଙ୍କ ପୁଅ ଚନ୍ଦନ(୨୫)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ପ୍ରତାପ ମହାରଣାଙ୍କ ଦୁଇପୁଅ ଚନ୍ଦନ ଓ ରାଜା ବାଇକରେ ସୀମାଞ୍ଚଳଙ୍କୁ ଦର୍ଶନ କରି ଫେରୁଥିଲେ । ବଡ଼ ଭାଇ ଚନ୍ଦନ ବାଇକ ଚଳାଉଥିଲେ । ବିଜାନଗର ନିକଟରେ ଏକ ଟ୍ରକ ସହ ରୋଡ଼ ଏକ୍‌ସିଡେଣ୍ଟ ହୋଇ ଦୁଇ ଭାଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ବଡ଼ଭାଇ ଚନ୍ଦନ ଗୁରୁତର ଆହତ ହୋଇଥିବା ବେଳେ ସାନଭାଇ ରାଜା ସାମାନ୍ୟ ଆହତ ହୋଇଥିଲେ । ତାଙ୍କୁ ସେଠାରୁ ବିଶାଖାପାଟଣା ମେଡିକାଲଙ୍କୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ବୁଧବାର ସନ୍ଧ୍ୟାରେ ଚନ୍ଦନଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଗତକାଲି ଅପରାହ୍ନରେ ଗଞ୍ଜାମ ଅଞ୍ଚଳରେ ମୃତ ଯୁବକଙ୍କ ଶବ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.