oom

ମଧୁମୟ କଳା ସଂଗଠନ ତରଫରୁ କଳାକାରମାନଙ୍କୁ ସମ୍ବର୍ଦ୍ଧନା

jsmm

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ମଧୁମୟ କଳା ସଂଗଠନ ତରଫରୁ କରୋନ କଟକଣାକୁ ଦୃଷ୍ଟିରେ ରଖି ସରକାରୀ ନୀତିନିୟମକୁ ପାଳନ କରି ଅନଲାଇନ ମାଧ୍ୟମରେ ନୃତ୍ୟ, ଗୀତ, ଅଭିନୟ , କବିତା , ଲୋକ ବାଦ୍ୟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଜି ଆସ୍ଥା ନିବାସ ବରଗଡ ଠାରେ ସଂଗଠନର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଡ. ବିରେନ୍ଦ୍ର କୁମାର ବାଗ ଲୋକକଳା ସଂସ୍କୃତି ଗବେଷକ ଓଡିଶା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ରାଜ୍ୟ ଉପସଭାପତି ତଥା ମୁଧୁମୟ କଳା ସଂଗଠନର ଆଇନ ପରାମର୍ଶଦାତା ଆଶୁତୋଷ ରଥ ଯୋଗଦେଇ କଳାକୁ କିପରି ଉଦ୍ଜୀବିତ କରାଯାଇ ପାରିବ, କଳା ସଂସ୍କୃତି ଓ କଳାକାରକୁ ଚିରନ୍ତନ ବିକଶିତ କିପରି ଭାବରେ କରାଯାଇ ପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ ।

ସୁଶ୍ରୀ ସୌଭାଗ୍ୟଲକ୍ଷ୍ମୀ ଦାଶ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସଂପାଦକ ଜଗନ୍ନାଥ କୁମ୍ଭାର ଅତିଥି ପରିଚୟ ପ୍ରଦାନ ଏବଂ ସଂଗଠନର ବିବରଣୀ ପାଠ କରିଥିଲେ । ପ୍ରତିଯୋଗିତାରେ ସୁଶ୍ରୀ ସୌଭାଗ୍ୟଲକ୍ଷ୍ମୀ ଦାଶ, ଯତିନ କୁମାର ସାହୁ, ବଳରାମ ସାହୁ, ମମତା ଅଗଓ୍ବାଲ, ଆଲିଶା ଅଗ୍ରଓ୍ବାଲ, ଆକାଂକ୍ଷା ଅନ୍ନପୂର୍ଣା ସାହୁ, ଆର୍ୟ୍ୟନ ମହାନନ୍ଦ, ରାମ ବାରିକ, ଜିତ ସୁନା, ଅଶୋକ ବର୍ମା, ଆରାଧ୍ୟା ଗୁରୁ, ସ୍ୱୟାଂଶୁ ସତ୍ୟ ପ୍ରଜ୍ଞା ସାହୁ, କବିତା ବିଭାର, ସୁଶ୍ରୀ ଅର୍ଚ୍ଚିତା ରଥ, ସିଦ୍ଧି ଦାଶ ପ୍ରମୁଖ ପ୍ରତିଯୋଗୀଙ୍କୁ ଉତ୍ତରୀୟ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ତିରିଶ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ନରେନ୍ଦ୍ର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.