jsm

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଇଁନ୍ତଲା ବ୍ଳକରେ ପ୍ରସ୍ତୁତି, ବିଭିନ୍ନ କର୍ମଚାରୀଙ୍କୁ ନେଇ ବ୍ଳକ ପ୍ରଶାସନର ବୈଠକ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ଼, ବଲାଙ୍ଗିର, ପାଟଣାଗଡ଼ ଗସ୍ତ କରିବେ ବୋଲି ସୂଚନା ରହିଥିବା ବେଳେ ପ୍ରଶାସନ ଓ ବିଜେଡି ନେତା ମାନଙ୍କ ମଧ୍ୟରେ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ ସ୍ଥାନରେ ବ୍ଳକ ପ୍ରଶାସନର ତତ୍ପରତାର ବୈଠକ ଆୟୋଜନ କରାଯାଇଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ସ୍କୁଲର ସିଆରସିସି, ଆଶା, ଅଙ୍ଗନବାଡି କର୍ମୀ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଡିଓ ଦେବାଶିଷ ସାମଲ, ଜିପିଓ ଲକ୍ଷ୍ମଣ ପଧାନ, ଯୋଗାଣ ନିରୀକ୍ଷଣ ନଳିନୀ କାନ୍ତ ପାଳ, ସିଡ଼ିପିଓ ସବିତା ଦାସ, ଏବିଡିଓ ନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.