jsm

ଶଙ୍କର ନେତ୍ରାଳୟ ଟ୍ରଷ୍ଟ ପକ୍ଷରୁ ଗୋପାଳପୁର ବନ୍ଦର ଉପ-ଶାଖା କେନ୍ଦ୍ର ଉଦଘାଟିତ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଠାରେ ଅବସ୍ଥାପିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଟ୍ରଷ୍ଟ ସୌଜନ୍ୟରେ ଏକ ଉପ-ଶାଖାକେନ୍ଦ୍ର ଭିଜନ କେର ସେଣ୍ଟର ଗୋପାଳପୁର ବନ୍ଦର ନିକଟସ୍ଥ ଡୁବୁଲି ଛକ ଠାରେ ଆରମ୍ଭ ହୋଇଯାଇଛି । ଗୋପାଳପୁର ବନ୍ଦର ପାରିପାଶ୍ୱିର୍କ ଉନ୍ନୟନ ଯୋଜନା ଅନ୍ତର୍ଗତ ଆରମ୍ଭ ହୋଇଥିବା ଏହି ସେବା କେନ୍ଦ୍ରକୁ ଗୋପାଳପୁର ବନ୍ଦରର ଉପ-ସଭାପତି ଅଜୟ କୁମାର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାଞ୍ଚିକାମୋକୋଟି ଶଙ୍କରାଚାର୍ଯ୍ୟଙ୍କ ସେବା ପାଣ୍ଠିରୁ ଅନୁବନ୍ଧିତ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିକଟସ୍ଥ ସମରଝୋଳ ଠାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ମୂଖ୍ୟ କାର୍ଯ୍ୟାଳୟ ଅବସ୍ଥିତ ଥିବା ସହ ଜିଲ୍ଲାର ବ୍ରହ୍ମପୁର, ଆସିକା, ଛତ୍ରପୁର ଠାରେ ୩ଟି ପରିବର୍ଦ୍ଧିତ ସେବା କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଏହା ଗୋପାଳପୁର ବନ୍ଦର ଶାଖା ଚତୁର୍ଥ ସେବା କେନ୍ଦ୍ର ବୋଲି ଶଙ୍କର ନେତ୍ରାଳୟର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବିଶିଷ୍ଟ ସେବା ପଦକ ପ୍ରାପ୍ତ ଏୟାର କମୋଡର ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଶଙ୍କର ଚିକିତ୍ସାଳୟର ଲୋକ ସମ୍ପର୍କ ଅଧିକାରୀ ତଥା ଆଇନ ପରାମର୍ଶ ଦାତା ଆଡଭୋକେଟ ବି. ଶ୍ରୀନିବାସ, ସୂର୍ଯ୍ୟମଣି ମିଶ୍ର, ସୁରେଶ ପୁରୋହିତ, କୁଳଦୀପ ରାମପାଲ, (ଅସ୍ତ୍ରୋପଚାର ନିର୍ଦ୍ଦେଶକ) ଡିଜିଏମ ବି.ପି.ସାମଲ, ଅଚଳ କୁମାର ପାଣିଗ୍ରାହୀ, ଅଭିଭୂଷଣ ସାହୁ ପ୍ରମୁଖ ବହୁ ବିଶେଷଜ୍ଞ ଏବଂ ଆଞ୍ଚଳିକ ବିଜେପି ନେତା ପ୍ରଶାନ୍ତ କର, କଣମଣା ସରପଞ୍ଚ ଚକ୍ରପାଣି ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.