oom

ଗତ ୨୪ ଘଂଟାରେ ୫୧୦ ନୂଆ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୯ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୪୯୪ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୧୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩, ବାଲେଶ୍ୱରରୁ ୩୩, ଭଦ୍ରକରୁ ୯, ବଲାଙ୍ଗିରରୁ ୧, ବୌଦ୍ଧରୁ ୧, କଟକରୁ ୭୮, ଗଜପତିରୁ ୭, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୨୨, ଯାଜପୁରରୁ ୨୨, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୭, କେଉଁଝରରୁ ୧, ଖୋର୍ଦ୍ଧାରୁ ୧୯୭, କୋରାପୁଟରୁ ୩, ମାଲକାନଗିରିରୁ ୪, ମୟୁରଭଂଜରୁ ୧୪, ନୟାଗଡରୁ ୧, ପୁରୀରୁ ୨୦, ରାୟଗଡାରୁ ୩, ସମ୍ବଲପୁରରୁ ୯, ସୁନ୍ଦରଗଡରୁ ୩ ଓ ଷ୍ଟେଟ ପୁଲ୍‌ରୁ ୪୭ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.