କୁମାରଖାନରେ ବିଜେଡିର ନୂଆଁଖାଇ ଭେଟଘାଟ ସହ ମିଶ୍ରଣ ପର୍ବ : ଆଗାମୀ ପଞ୍ଚାୟତ ନିର୍ବାଚନ ଦଳୀୟ ପ୍ରାର୍ଥୀଙ୍କ ବିଜୟ ଲାଭର ଟାର୍ଗେଟ ଆହ୍ୱାନ – ବିଧାୟକ ସରୋଜ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ କୁମାରଖାନ ଗ୍ରାମ ଠାରେ ବିଜେଡ଼ି ପକ୍ଷରୁ ନୂଆଁଖାଇ ଭେଟଘାଟ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଦୀପ ବେହେରାଙ୍କ ଅଧ୍ୟକ୍ଷତାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଧାୟକଙ୍କ ଲୋକହିତକର କାର୍ୟ୍ୟଶୈଳୀରେ ଅନୁପ୍ରାଣିତ ହୋଇ ବାଗଦୋର ପଞ୍ଚାୟତର ବରିଷ୍ଠ ବିଜେପି ନେତା, ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତି ସଭ୍ୟ ଶୋଭାକର ବେହେରା ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ତାଙ୍କ ସହିତ ୩୦୦ ଜଣ ବିଜେପିର ସକ୍ରିୟ କର୍ମୀ ମଧ୍ୟ ଦଳରେ ଯୋଗଦାନ କରିଛନ୍ତି ।

ବିଧାୟକ ଶ୍ରୀ ମେହେର ନୂତନ ଭାବେ ଦଳରେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ସ୍ୱାଗତ କରିବା ସହ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟକୁ କିପରି ସଫଳ ରୂପାୟନ କରାଯାଇପାରିବ ସେ ନିମନ୍ତେ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ହେତୁ ଦଳୀୟ ସଂଗଠନକୁ ସଦୃଢ କରିବା ପାଇଁ ସଜାଗ ହେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏଥିରେ ବେଲପଡା ବ୍ଳକର ବହୁ ବିଜେଡି ନେତା ଓ କର୍ମୀମାନେ ଯୋଗ ଦେଇ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବେଲପଡା ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର, ଦୂର୍ଯ୍ୟୋଧନ କୁମ୍ଭାର, ରବିନ୍ଦ୍ର ମେହେର, ମହେଶ୍ୱର ସାହୁ, ମୁନା ମେହେରଙ୍କ ସମେତ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.