oom

ଲହଙ୍ଗୀରରେ ଆୟୋଜିତ କବି ସମ୍ମିଳନୀରେ ପଦ୍ମଶ୍ରୀ ହଳଧର ନାଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱକର୍ମା ପୂଜା ଅବସରରେ ପାଇକମାଲ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଲହଙ୍ଗୀର ଗ୍ରାମରେ ନୂଆଁଖାଇ ଭେଟଘାଟ ସହ କବି ସମ୍ମିଳନୀ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ‘ଲେଦା’ ସମାଲୋଚନା ମୂଳକ କବିତା ସଂସ୍କରଣ ୨୦୨୧ ଲୋକାର୍ପିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଲହଙ୍ଗୀର ତଲିପଡାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇ ସମ୍ବଲପୁରୀ ଭାଷାରେ ମା’ ମାଟିକୁ ସମ୍ମାନ ଉପରେ ଏକ ସମ୍ବଲପୁରୀ କବିତା ଶ୍ରୋତା ମାନଙ୍କୁ ଶୁଣାଇ ଉତ୍ସାହିତ କରିଥିଲେ । ବ୍ୟଙ୍ଗ କବି ନକୁଳ ମେହେର ଓ ଧର୍ମୁ ଭୋଇ ବ୍ୟଙ୍ଗାତ୍ମକ ସମ୍ବଲପୁରୀ କବିତା ମାନ ଶୁଣାଇବା ଫଳରେ ଲୋକେ ହସରେ ଗଡି ପକାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଚିତାନନ୍ଦ ସାହୁ, ନରୋତ୍ତମ ପ୍ରଧାନ, ଘନଶ୍ୟାମ ପ୍ରଧାନ, ମହାନନ୍ଦ ବରିହା ଏବଂ ଠାକୁର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମ ପରେ ପରେ ଲୋକଙ୍କୁ ପ୍ରବଚକ ହେମଲତା ସାହୁ, ଉଦ୍ଧବ ତ୍ରିପାଠୀ ଉପସ୍ଥିତ ଦର୍ଶକ ମାନଙ୍କୁ ପ୍ରବଚନ ଶୁଣାଇଥିଲେ । ଏହି କାର୍ଯ୍ୟକ୍ରମ ଗ୍ରାମର ଅନନ୍ତ, ଆଲୋକ, ଅନ୍ତର୍ଯ୍ୟମୀ, ତାରାହାସ୍ୟ, ବସୁଦେବ, ନବୀନ, ପିଣ୍ଟୁ, ଦିଲୁ, ବୁଲୁ, ସୁରଜ୍, ସୌରଭ, ସତ୍ୟ, ରାମ, ଲକ୍ଷ୍ମଣ, ରୋହିତ, ଅକ୍ଷୟ, ଜୟକୁମାର, ମିନି, ଶୁକ, ଜଗନ୍ନାଥ, ମାନସ, ଧର୍ମ, ମନିଷ, ଏଲ୍.ଏକ୍ସ ପୋଢ ପ୍ରମୁଖ ପ୍ରଥମ କରି ଗାଁରେ ପ୍ରଥମ କରି ଆୟୋଜନ କରି ଅଞ୍ଚଳରେ ଏକ ନୂଆ ବାର୍ତ୍ତା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.