csstore

ବ୍ୟଙ୍ଗାତ୍ମକ ଭାବେ ମୁହଁରେ ମୁହଁରେ ଗୀତ ବୋଲୁଛନ୍ତି କାର୍ତ୍ତିକ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକର କୋଷାଗୁମୁଡା ପଞ୍ଚାୟତର ଭେଲୁଆ ଗୁଡା ଗ୍ରାମରେ ଜଣେ ନିରକ୍ଷର ବ୍ୟକ୍ତି ଯିଏକି କାର୍ତ୍ତିକ ଭତରା ନାମରେ ଅଞ୍ଚଳରେ ସୁପରିଚିତ । ବ୍ୟକ୍ତି ଜଣକ ଆଞ୍ଚଳିକ ଆଦିବାସୀ ଭାଷାରେ ଦୈନଦିନ ଜୀବନରେ ଘଟୁଥିବା ଘଟଣାବଳୀକୁ ବ୍ୟଙ୍ଗାତ୍ମକ ଭାବେ ମୁହଁରେ ମୁହଁରେ ଗୀତ ବୋଲି ଅଞ୍ଚଳରେ ଲୋକମାନଙ୍କୁ ଆନନ୍ଦର ଖୋରାଖ୍ ଯୋଗାଇ ଆସୁଛନ୍ତି । ତାଙ୍କର ସେହିଭଳି ଏକ ବ୍ୟଙ୍ଗାତ୍ମକ ଗୀତ ‘କେନ୍ଦୁ ପତର ଡ଼ାବୁ’ ବିଶ୍ଵନାଥ ମ୍ୟୁଜିକ୍ ଷ୍ଟୁଡିଓ ଦୁରାଗାଁ ଠାରେ ରେକୋଡ଼ିଂ ହୋଇଛି ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ବର୍ତ୍ତମାନ ଘୂରି ବୁଲୁଥିବାର ଦେଖିବାକୁ ମିଳୁଛି ଗୀତକୁ ଲୋକେ ଶୁଣି କାର୍ତ୍ତିକ ଭତରାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି ।

jayashree
Leave A Reply

Your email address will not be published.