ଜାତୀୟ ଶ୍ରମ ଶିକ୍ଷା ଦିବସ ଓ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ କନଫରେନସ୍‌ ହଲଠାରେ ଜାତୀୟ ଶ୍ରମଶିକ୍ଷା ଦିବସ ଓ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାମାନଙ୍କୁ ନେଇ ଦୁଇଦିନିଆ କର୍ମଶାଳା ଓ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଶିକ୍ଷା ଅଧିକାରୀ ସ୍ନେହ ରଞ୍ଜନ ଗୋଛାୟତଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ଏହି ପ୍ରତିଷ୍ଠା ଦିବସରେ କହିଥିଲେ ଯେ, ମହିଳାମାନେ ସ୍ଵଭାବଲମ୍ବୀ ହୋଇପାରିଲେ ଏହା ପାଳନର ଯଥାର୍ଥ ରହିବ । ଆଜି ସରକାର ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ଅଭିବୃଦ୍ଧି ପାଇଁ ପଦେକ୍ଷପ ମାନ ନେଇଉଛନ୍ତି । ସମୟ ଥିଲା ମହିଳାମାନେ ଘରେ ରହୁଥିଲେ, ଆଜି ସରକାରଙ୍କ ସମସ୍ତ ଯୋଜନାରେ ଭାଗିଦାରୀ ହୋଇ କାର୍ଯ୍ୟକାରୀ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଆସୁଛନ୍ତି । ମୁଖ୍ୟବକ୍ତା ରୂପେ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ ଯୋଗଦେଇ କହିଥିଲେ ଆଜିର ଦିନରେ ସବୁ କ୍ଷେତ୍ରରେ ଶ୍ରମିକ ଓ ମହିଳା ଶ୍ରମିକମାନଙ୍କୁ ସଶକ୍ତିକରଣ କରିବା ପାଇଁ ସମସ୍ତ ପ୍ରକାର ପଦେକ୍ଷପ ଗ୍ରହଣ କରାଯାଉଛି । ମହିଳା ମାନେ ସମସ୍ତ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରିଥିବାରୁ ଏହା ସାମଜ ପାଇଁ ଶୁଭଙ୍କର ବୋଲି କହିଥିଲେ । ସମ୍ମାନିତ ଅତିଥି ରୂପେ ସମିତିସଭ୍ୟ ସୁରଥ ପ୍ରଧାନ ଓ ନାରୀ ଶିକ୍ଷା ଗବେଷଣା କେନ୍ଦ୍ରର ଗବେଶିକା ତଥା ଅଧ୍ୟାପିକା ଡ଼. ରଞ୍ଜିତା କୁମାରୀ ବେହେରା ଯୋଗଦେଇ କହିଥିଲେ ଆଜିର ସମୟରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସି କ୍ଷେତ୍ରରେ କମ ନୁହନ୍ତି । ସମୟ ଥିଲା ମହିଳା ମାନେ ଘର ଭିତରେ ରହୁଥିଲେ, ବର୍ତ୍ତମାନ ସମସ୍ତେ କ୍ଷେତ୍ରରେ ଆଗଭର ରହୁଛନ୍ତି । ସରକାର ମିଶନ ଶକ୍ତି ମାଧ୍ୟମରେ ସବୁ ଯୋଜନାରେ ଗରୁଦାୟୀତ୍ୱ ଦେଇ ଆସୁଥିବା ବେଳେ, ତାହାକୁ ସଫଳ ରୂପାୟନରେ ପରିଣତ କରିପାରିଛନ୍ତି । ପ୍ରାରମ୍ଭରେ କ୍ଷତ୍ରିୟ ଅଧିକାରୀ ସତ୍ୟପ୍ରକାଶ ଲେଙ୍କା ୧୯୫୮ ମସିହା ସେପ୍ଟେମ୍ବର ୧୬ ତାରିଖରୁ ଶ୍ରମ ଶିକ୍ଷା ଦିବସ ପାଳନ ହୋଇଆସୁଥିବା ଏବଂ ଏହା ପାଳନର ଉଦେଶ୍ୟ ସମ୍ପର୍କରେ କହିଥିଲେ । ସ୍ୱେଚ୍ଛାସେବୀ ଦୁର୍ଗା ମାଧବ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ସ୍ୱେଚ୍ଛାସେବୀ ଉମାଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇଦିନ ଧରି ଚାଲିଥିବା ଏହି କର୍ମଶାଳାର ପ୍ରଥମ ଦିବସରେ ସ୍ୱେଚ୍ଛାସେବୀ ଉମାଶାଙ୍କର ଦାଶଙ୍କ ସଂଯୋଜନାରେ ଶିକ୍ଷା ଅଧିକାରୀ ସ୍ନେହ ରଞ୍ଜନ ଗୋଛାୟତ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଗଞ୍ଜାମ ବ୍ଲକର ଓଏଲଏମ୍‌ର ବିପିଏମ୍ ଜଳନ୍ଧର ମହାରଣା, ମିଶନ ଶକ୍ତିର ବିପିସି ଚନ୍ଦନ କୁମାର ପାଢୀ, ଚଳଚିତ୍ର ଅଭିନେତା ତଥା ଗୀତିକାର ପ୍ରତିରଞ୍ଜନ ପାଢ଼ୀ ଯୋଗଦେଇଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀ ଧୀରେନ ପଣ୍ଡା, ମିନି ମହାପାତ୍ର, ପ୍ରମିଳା ଦାଶ, ବାସନ୍ତୀ ଗୌଡ଼, ବବିତା ପଣ୍ଡା, ଅରୁଣ ପଟ୍ଟନାୟକ, ସୁଦର୍ଶନ ଗୌଡ଼, ପୁନି ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ବିଶ୍ୱାମ୍ବର ଦାଶ ନିଜର ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଭାରତ ସରକାରଙ୍କ ଜାତୀୟ ହିନ୍ଦୀ ଦିବସ ପାଳନ କରାଯାଇଥଲା । ଏହି ଦୁଇଦିନିଆ କର୍ମଶାଳାରେ ଶତାଧିକ ମହିଳା ଯୋଗଦେଇଥିଲେ ।

Leave A Reply

Your email address will not be published.