centurian jitm

ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗର ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

nschool

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗର ନିଷ୍ପତ୍ତି ଓ ଜିଲ୍ଲା ରେଡ଼କ୍ରସ ଏବଂ ସ୍କାଉଟର ସହଯୋଗ କ୍ରମେ ସିନାପାଲି ଗୋଷ୍ଠୀ ଶିକ୍ଷାବିଭାଗ ତରଫରୁ ଏକ ରକ୍ତଦାନ ଶିବିରର ଆୟୋଜନ ନିମନ୍ତେ ଗୁରୁବାର ମହଗାଁ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଚୈତନ୍ୟ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଶିକ୍ଷାଧିକାରୀ ରୁଦ୍ରେଶ୍ୱର ମେହେର, ବରିଷ୍ଠ ଶିକ୍ଷକ ଧବଳେଶ୍ୱର ମେହେର, ବୁଡ଼ୁରାମ ମେହେର, ଓଷ୍ଠାର ଜିଲ୍ଲା ସଂପାଦକ ରବିଂଦ୍ରନାଥ ଯୋଷୀ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ ମାଝୀ, ସଂପାଦକ ବୈଷ୍ଣବ ମେହେର ପ୍ରମୁଖ ମଂଚାସୀନ ଥିଲେ । ଆସନ୍ତା ସେପ୍ଟେମ୍ୱର ୨୬ ତାରିଖରେ ମହଗାଁ ହାଇସ୍କୁଲଠାରେ ରକ୍ତଦାନ ଶିବିର ଆୟୋଜନ ପାଇଁ ସ୍ଥିର କରାଯାଇଥିଲା । ନିଜେ ରକ୍ତଦାନ କରିବା ସହ ରକ୍ତଦାନ ଭଳି ମହତ କାର୍ଯ୍ୟ କରିବାକୁ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଶିବିରକୁ ସଫଳ କରିବାକୁ ସିଆର୍‌ସିସି ଓ ଶିକ୍ଷକମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା । ଆଜିର ବୈଠକରେ ସିଆର୍‌ସିସି ଦିବ୍ୟରଂଜନ ପାଢ଼ୀ, ରାକେଶ ମିଶ୍ର, ଶୋଭାରାମ ଜଗତ, ସୁଶିଲ ଯୋଷୀ, ମହେଶ୍ୱର ଗୁଆଲ, ସୁଦର୍ଶନ ଭୋଇ, ଜୟକୃଷ୍ଣ ଯୋଷୀ, ଦେବାନନ୍ଦ ବାଗ, ଶେଖର ଚଂଦ୍ର ବାଗ, ଶିକ୍ଷକ ରୂଦ୍ରମାଧବ ସା, ସଂଗ୍ରାମ କେଶରୀ ପ୍ରଧାନ, ମନୋରଞ୍ଜନ ମେହେର, କିଶୋର ସା, ତରୁଣ କୁମାର ମେହେର, ଦେବାଶିଷ ସାହୁ, ବସନ୍ତ ଦାଶ, ରମେଶ ଚଂଦ୍ର ସା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.