ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରିରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଓବାଦୀଙ୍କୁ ଦମନ ନେଇ ମାଲକାନଗିରି ଜିଲ୍ଲା ପୁଲିସର ଜୋର୍‌ଦାର୍‌ ଚଢାଉ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପୁଲିସ, ଏସ୍‌ଓଜି, ଡିଭିଏଫ ଯବାନର ମିଳିତ ଉଦ୍ୟମରେ ମାଲକାନଗିରି ଏବଂ କୋରାପୁଟ ସୀମାରେ ଚଢାଉ କରାଯାଇଥିଲା । ତେବେ ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ । ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ । ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିବା ପରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରି ନପାରି ଛତ୍ରଭଙ୍ଗ ହୋଇଥିଲେ । ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୁଲିସକୁ ଗୋଟିଏ ୩୦୩ ବନ୍ଧୁକ ସହ କିଟ୍‌ ବ୍ୟାଗ, ଔଷଧ, ଜୀବନ୍ତ ଗୁଳି, ମାଓ ପୋଷାକ, ପୁସ୍ତକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଥିବା ଜଣାପଡିଛି ।

Leave A Reply

Your email address will not be published.