ରାକ୍ଷୀ ଦେଇଗଲା ଆଖିରେ ଲୁହ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୧ ନମ୍ୱର୍ ୱାର୍ଡ କରଣ ସାହିରୁ ସୁନା ଚେନ୍ ଚୋରି କରିଥିବା ଚୋର ଭାଇକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ଥାନା ପୋଲିସ୍ । ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ସହରର କରଣ ସାହିର ବୁଡୁ ତରାଇ । ମିଳିଥିବା ସୂଚନା ମୁତାବକ ନିଜର ଏକ ସୁନା ନାନୁ ଓ ସୁନା ଚେନ୍ ଚୋରି ହୋଇଥିବା ନେଇ ସୁଜ୍ଞାନୀ ଜେନା ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ସୁଜ୍ଞାନୀଙ୍କ ଭାଇ ବୁଡୁ ନିଜ ଘରୁ ସୁନା ଚୋରି କରିଥିବା ପୋଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ଅଭିଯୁକ୍ତ ବୁଡୁକୁ ବୁଧୁବାର ଗଞ୍ଜାମ ଥାନା ପୋଲିସ୍ ଗିରଫ୍ କରିି ତାଙ୍କ ଠାରୁ ସୁନା ଜବତ କରିଥିବା ସୂଚନା ମିଳିଛି । ଏନେଇ ଗଞ୍ଜାମ ଥାନାରେ ୧୫୮/୨୧ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଥାନା ସବ ଇନସପେକ୍ଟର ଅଜିତ ପରିଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.