oom

ଜୟ କିଷାନ ଆନ୍ଦୋଳନର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ ବାବେବିରାଠାରେ ଜୟ କିଷାନ ଆନ୍ଦୋଳନର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଭଞ୍ଜନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରାରମ୍ଭରେ ଚାଷୀ ନେତା ସ୍ବର୍ଗତ ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଇଥିଲା । ସମ୍ମିଳନୀରେ ଚାଷୀ ବିରୋଧୀ ତିନି କଳା ଆଇନ ପ୍ରତିବାଦରେ ଦିଲ୍ଲୀରେ ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଚାଷୀ ନେତା ଲିଙ୍ଗରାଜ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିବା ଧାନ ବିକ୍ରି ସମସ୍ୟା ସହ ଚାଷୀ ବିରୋଧୀ କଳା ଆଇନର ସଂପର୍କ ବିଷୟରେ ସୂଚନା ଦେଇ କହିଲେ ଯେ, ଭାରତ ସ୍ବାଧୀନତା ଆନ୍ଦୋଳନ ଭଳି ଆଜି ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଆଜି ଦେଶର ପ୍ରାୟ ୫ ଶହରୁ ଅଧିକ କୃଷକ ସଂଗଠନ ସଂଯୁକ୍ତ କୃଷକ ମୋର୍ଚା ନାଁରେ ଆନ୍ଦୋଳନ ଚଳାଇଛନ୍ତି । ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ୱାନ କ୍ରମେ ଆସନ୍ତା ୨୭ ସେପ୍ଟେମ୍ବରର ଭାରତ ବନ୍ଦ ଡାକରାକୁ ବରଗଡ ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ସମର୍ଥନ କରାଯାଇଥିଲା ଏବଂ ଏହାକୁ ସମର୍ଥନ କରି ବରଗଡରେ ମଧ୍ୟ ବନ୍ଦ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅରୁଣ ସାହୁ, ରମେଶ ମହାପାତ୍ର, ହର ବଣିଆଁ, କିଶୋର ସାହୁ, ଅରୁଣ ପ୍ରଧାନ, ଜିତୁ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ନିମାଇଁ ଚରଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.