oom

ସିନାପାଲି ନାଗରିକ କମିଟି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

jsmm

ସିନାପାଲି, (ନିରାକାର ମେହେର) : କଣ୍ଟାବାଞ୍ଜି ଠାରୁ କୋକସରା ଭାୟା ରାଜ ଖଡ଼ିଆଳ ପ୍ରସ୍ତାବିତ ରେଳ ପ୍ରକଳ୍ପରେ ସିନାପାଲି ସହରକୁ ସଂଯୁକ୍ତ କରିବା ନେଇ ସିନାପାଲି ନାଗରିକ ପରିଷଦ ସଦସ୍ୟ ମାନେ କେନ୍ଦ୍ର ରେଲମନ୍ତ୍ର ଅଶ୍ବିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ କଲହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସିନାପାଲି ସହର ପଡୋଶୀ କଲହାଣ୍ଡି ଜିଲ୍ଲ ଗୋଳମୁଣ୍ଡା ବ୍ଲକକୁ ୨୦ କିଲୋମୋଟର ରହିଅଛି । ଆଖାପାଖି ଅଂଚଳର ବ୍ୟବସାୟିକ କେନ୍ଦ୍ର ହୋଇଥିବା ବେଳେ ପଡୋଶୀ ଛତିଶଗଡ଼ ରାଜ୍ୟର ଦେଭୋଗ, ନୂଆଁଗାଁ, ଅଞ୍ଚଳ ଗମନା ଗମନ ପାଇଁ ସିନାପାଲି ଅଞ୍ଚଳରେ ନିର୍ଭରଶୀଳ । ପ୍ରସ୍ତାବିତ ରେଳପଥ ସିନାପାଲି ସହର ଦେଇ କଲହାଣ୍ଡି ଜିଲ୍ଲାକୁ ପ୍ରବେଶ କଲେ ଆଦିବାସୀ ଏବଂ ପଛୁଆ ଅଂଚଳନିବାସୀ ରେଳ ସେବାରୁ ଉପକୃତ ହେବେ । ପାଖାପାଖି ଅଂଚଳରେ ଅନେକ ଖଣିଜ ସଂମ୍ପଦ ଭରି ରହିଅଛି । ନାଗରିକ ପରିଷଦର ଏକ ପ୍ରତିନିଧି ଦଳ ନାଗରିକ କମିଟି ସଭାପତି ଡମ୍ବରୁ ଧର ମେହେର, ବୈଷମ୍ପାୟନ ମେହେର, ନାଗରିକ କମିଟି ସମ୍ପାଦକ ଡ଼ଃ. ଅରିଗଞ୍ଜନ ଯୋଶୀ, ସୁବ୍ରତ ଠାକୁର, ନାରାୟଣ ପାତ୍ର, ତରୁଣ କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.