ମୋ ସ୍କୁଲ ଅଭିଯାନ ଓ କୁରୁଲ ଗ୍ରାମବାସୀଙ୍କ ନୂଆଁଖାଇ ଭେଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପ୍ରବଳ ବର୍ଷା ସତ୍ୱେ ମଧ୍ୟ ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲ ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ର ଆଲୁମିନି ସଦସ୍ୟ ଓ କୁରୁଲ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ନୂଆଁଖାଇ ଭେଟ୍‌ ୨୦୨୧ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ପୁରାତନ ଛାତ୍ର ନୂଆଁଖାଇ ଛୁଟି ନେଇ ଦୂରଦୁରାନ୍ତରୁ ଚାକିରିରୁ ଛୁଟି ପାଇ ଏହି କାର୍ଯ୍ୟକ୍ରମ ବହୁ ସୁନ୍ଦର ଭାବେ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପୋଷ୍ୟପିତା ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ପାଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ହିତାକାଂକ୍ଷୀ ବରିଷ୍ଠ ରୋଟାରିଆନ୍‌ ବିଷ୍ଣୁ ପ୍ରସାଦ କେଡିଆ ଓ ସମ୍ମାନିତ ଅତିଥି ଭାବେ ଗାଁର ବୁଦ୍ଧିଜୀବୀ ଅମିତ ରଞ୍ଜନ ପଟ୍ଟନାୟକ ଓ ଗାଁ ଗୋନ୍ତିଆ ଯଜେ୍ଞଶ୍ୱର ନାଏକ ଯୋଗ ଦେଇଥିଲେ । ଅତିଥି ପରିଚୟ ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ ନିର୍ବାହ କରିଥିବା ବେଳେ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା । ଆଲୁମିନି ସଭାପତି ଅଶ୍ୱିନୀ କଳାକାର ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଣ୍ଠଶିଳ୍ପୀ ନବୀନ କୁଅଁରଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା । ସଭାରେ ମନ୍ଦିର କମିଟିର ସଭାପତି ଚନ୍ଦ୍ର ଶେଖର ପଟେଲ, ସମ୍ପାଦକ ନିତାଇ ଚରଣ ନାଏକ, ସଭ୍ୟ ସୁରେଶ ନାଏକ, ଗାଁର ବରିଷ୍ଠ ନାଗରିକ ପିତବାସ ପଟେଲ, ବାଲେଶ୍ୱର ପଟେଲ, ସଚିକାନ୍ତ ରାଉତ ସମେତ ଅନେକ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ମନ୍ଦିର କମିଟିର ଉପଦେଷ୍ଟା ଓ ଶତାଧିକ ମହିଳା ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଦିପ୍ତୀରେଖାଙ୍କ ନୃତ୍ୟଗୀତ ଆସର ଖୁବ୍‌ ସୁନ୍ଦର ଥିଲା । ପଣ୍ଡରାପିଟାର ଭକ୍ତ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଗାଁ ଗୌନ୍ତିଆ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.