oom

କନସିଂହା ଏନ୍‌ଆଇଏସ୍‌ଇ କମ୍ପ୍ୟୁଟର ସେଣ୍ଟରରେ ଗଣେଶ ପୂଜା ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀର ବର୍ତ୍ତମାନ ସଂକ୍ରମଣ କମିଥିବା ବେଳେ ସଚେତନ ନ ହେଲେ ସଂକ୍ରମଣ ହେବାର ଆହୁରି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ପାର୍ବଣ ପାଇଁ ସ୍ୱତନ୍ତ୍ର ଗାଇଡଳାଇନ ଘୋଷଣା କରିଛନ୍ତି । ବିଘ୍ନରାଜ ଗଣେଶଙ୍କ ପୂଜା ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ନିରାଡମ୍ବର ଭାବରେ ପାଳିତ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ କନସିଂହା ଠାରେ ନୂତନ ଭାବେ ଖୋଲିଥିବା ଏନ୍‌ଆଇଏସ୍‌ଇ କମ୍ପ୍ୟୁଟର ସେଣ୍ଟରରେ ମଧ୍ୟ ନିରାଡମ୍ବର ଭାବେ କୋଭିଡ ନିୟମକୁ ଦୃଷ୍ଟିରେ ରଖି ବିଘ୍ନ ରାଜ ଗଣେଶଙ୍କ ପୂଜା ସୀମିତ ଶିକ୍ଷାର୍ଥୀ ମାନଙ୍କୁ ନେଇ ପାଳିତ ହୋଇଥିବା ବେଳେ ଏହି ପୂଜାରେ ସେଣ୍ଟରର ମୁଖ୍ୟ ଜିତେନ୍ଦ୍ର ସାହା କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ପଣ୍ଡିତ ରୂପେ ବିମ୍ବାଧର ତ୍ରିପାଠୀ ଓ ରୋଷନ୍ ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲେ । ପୂଜାରେ ପ୍ରଶିକ୍ଷକ ରାଜୀବ ମିର୍ଦ୍ଧା, ମୁକେଶ କାଣ୍ଡ, ବିଜୟ ବିଶି ଓ ଭାରତୀ ଭୋଇ ଉପସ୍ଥିତ ରହି ଭଗବାନଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଥିଲେ । ଆଗେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବା ପାଇଁ ଏହି ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ପଦ୍ମପୁରକୁ ବସ୍ ଯୋଗେ ଯିବାକୁ ପଡୁଥିଲା । ଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ବିଶେଷ କରି ଛାତ୍ରୀମାନଙ୍କୁ । କନସିଂହାରେ କମ୍ପ୍ୟୁଟର ସେଣ୍ଟର୍ ଖୋଲିବା ଦ୍ୱାରା ଏହି ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ଶିକ୍ଷା ଲାଭ କରିପାରିବେ ବୋଲି ଛାତ୍ରଛାତ୍ରୀ ମାନେ ପ୍ରତିକ୍ରିୟା ରଖିଛନ୍ତି । ସେଣ୍ଟର ମୁଖ୍ୟ ଜିତେନ୍ଦ୍ର ସାହାଙ୍କ ଏହି ପ୍ରୟାସକୁ ଅଭିଭାବକ ମହଲରେ ସାଧୁବାଦ ଦେବା ସହିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଆଲୋଚନା କରୁଛନ୍ତି । ଏହି ପୂଜାରେ ସାନ୍ତିଲାଲ ପଧାନ, ଦିବ୍ୟ ସାହା, ଯଶୋବନ୍ତ ସାହୁ, ବିମଲ୍ ପଧାନ, ଝସକେତନ୍, ଶୁଭେନ୍ଦୁ ଓ ଜୟପ୍ରକାଶ ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.