oom

କପିଲାଭଟାରେ ଗଣେଶ ପୂଜା ପାଳିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ବସ୍ତିପଡ଼ାଠାରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ତୁଲେଶ୍ୱର ହଂସ ଦାୟିତ୍ବ ତୁଲାଇ ଥିବା ବେଳେ ପୂଜକ ଭାବେ ସାନମୁଲା ଗାଁର ଗଣେଶ ମିଶ୍ର ଦାୟିତ୍ବ ନିର୍ବାହ କରିଥିଲେ । ଏଥିରେ ଗଣେଶ ପୂଜା କମିଟିର ସଦସ୍ୟ ସୌଦାଗର ହଂସ, ରାଷ୍ଟ୍ରପତି ହଂସ, ଥବିର ହଂସ, ବାଲେଶ୍ୱର ହଂସ, ଅଜିତ ହଂସ, ଡୋଳା ଚନ୍ଦ୍ର ହଂସ, ଯୋଗୀନ୍ଦ୍ର ହଂସ, ସୁଦର୍ଶନ ହଂସ, ରମେଶ ହଂସ, ରାଜେଶ ହଂସ, ମହେଶ୍ୱର ହଂସ, ନୂତନ ହଂସ, ଚମ୍ପେ ହଂସଙ୍କ ସହ ବହୁ ସଦସ୍ୟ ମାନେ ସହ ଯୋଗଦାନ କରିଥିଲେ । ୧୨ ତାରିଖ ଦିନ ବିସର୍ଜନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । କୋଭିଡ କଟକଣାକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.