oom

ଇ ଶକ୍ତି ପ୍ରକଳ୍ପ ତଦାରଖ କମିଟି ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟଠାରେ ଆଜି କେନ୍ଦୁଭଟା ଦେବଦତ୍ତ କ୍ଳବ ପ୍ରାଙ୍ଗଣରେ ଇ ଶକ୍ତି ପ୍ରକଳ୍ପ ତଦାରଖ କମିଟି ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ହଟକିଶୋର ବେହେରା, ଜିଲ୍ଲା ବିକାଶ ପ୍ରବନ୍ଧକ ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲିଡ଼ ବ୍ୟାଙ୍କ ମେନେଜର ସୀତାରାମ ମେହେର, ଭାରତୀୟ ଷ୍ଟେଟ ବ୍ୟାଙ୍କ, ରଞ୍ଜନ ପଣ୍ଡା ସମବାୟ ବ୍ୟାଙ୍କ, କିଶୋର ପଣ୍ଡା ଏଫଆଇସି, ଓଏଲ୍‌ଏମ୍‌, ବିକାଶ ଚନ୍ଦ୍ର ପଧାନ ଶାଖା ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କ ତାଲପାଲି ଶାଖା ଓ ସୀମା ବେହେରା, ଜେସି ନାବକନ ଯୋଗଦାନ କରିଥିଲେ । ପ୍ରଥମେ ରତିକାନ୍ତ ପଧାନଙ୍କୁ କରୋନା ସମୟରେ ନିସ୍ଵାର୍ଥପର ସେବା ପାଇଁ ସମ୍ମାନିତ କରାଯାଇଥିଲା । କେମିତି ସ୍ୱୟଂ ସହାୟକ ଗୋଷ୍ଠୀର ବିକାଶ ହେବ ଏହି ବିଷୟରେ ତିନୋଟି ଯାକ ସଂସ୍ଥା ଯଥା ମହାଶକ୍ତି ଫାଉଣ୍ଡେସନର ଉପସଭାପତି ରୋଜାଲିନ ଭୂୟାଁ, ଦେବଦତ୍ତ କ୍ଳବର ସମ୍ପାଦକ କାଂହୁଚରଣ ମାଝୀ ଓ ନିୟୁଲାଇଫ ଫାଉଣ୍ଡେସନ ଟ୍ରଷ୍ଟର ଚେୟାରମ୍ୟାନ କଳାକାନହୁ ଦୀପ ନିଜସ୍ୱ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ ଧୀର, ଧନିରାମ ନାଗ, ସାମ୍ବାଦିକ ସୁବୋଧ ସାହୁ, ଉଜ୍ୱଳ ବିଭାର ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.